Latest Odisha News

BREAKING NEWS

ଶୀତଦିନିଆ କଅଁଳ ଖରାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଶରୀରକୁ ଭଲ ଲାଗୁଥିବା ଏହି ଅଭ୍ୟାସ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଶିତଦିନିଆ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କଲେ ଦେହରେ ଉଷ୍ମତା ଆସିଯାଏ। ଆଉ ଶରୀରକୁ ଟିକେ ଆରାମ ମଧ୍ୟ ଲାଗିଥାଏ ।

ତେବେ ଏହି ଶୀତୁଆ ସକାଳ ଆମ ଶରୀର ପାଇଁ କେତେକ ଲାଭ ଦାୟକ ହୋଇଥାଏ ଜାଣନ୍ତୁ…

ବୟସ ଅଧିକ ହୋଇଗଲେ କିମ୍ବା ରକ୍ତହୀନତା ଭଳି ସମସ୍ୟା ଥିଲେ ଶିତଦିନେ ଅଧିକାଂଶ ସମୟରେ ଗୋଡ-ହାତ ବଧିରା ହୋଇଯାଇଥାଏ । ଯେଉଁଥିପାଇଁ ଚାଲିବା ପାଇଁ ବା କାମ କରିବାକୁ କଷ୍ଟ ହୋଇଥାଏ । ତେବେ ଏଥିରୁ ରକ୍ଷାପାଇବା ପାଇଁ ଆପଣମାନେ ସକାଳୁ ଉଠି ଟିକେ କଁଅଳା ଖରାରେ ବସି ପଡନ୍ତୁ । ଦେଖିବେ ନିୟମିତ ଏପରି କଲେ ଆପଣଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ।

ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ମଧୁମେହ ରୋଗୀ ଏବଂ ହୃଦରୋଗୀମାନଙ୍କୁ ଅନେକ ଲାଭ ମିଳିଥାଏ ।

ତେବେ ଏହି ସକାଳ ଖରାରେ ବସିଲେ ଆମ ଶରୀରକୁ ପ୍ରଚୁର ପରିମାଣର ଭିଟାମିନ ଡି ମିଳିବା ସହ ଶରୀରରେ ଭିଟାମିନ୍ ଡ଼ି’ର ସ୍ତର ଅନେକ ବଢିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି ।

ଛୋଟ ପିଲାଙ୍କୁ କଅଁଳ ଖରାରେ ଶୁଆଇଦେଲେ ସୂର୍ଯ୍ୟ କିରଣରୁ ସେମାନଙ୍କୁ ଅନେକ ପୋଷାକ ତତ୍ତ୍ୱ ମିଳିଥାଏ । ଯାହା ସେମାନଙ୍କ ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.