Latest Odisha News

BREAKING NEWS

ଜାଣନ୍ତୁ କାହିଁକି ହଳଦିଆ ରଙ୍ଗର ହୋଇଥାଏ ସ୍କୁଲବସ୍…

ଭୁବନେଶ୍ୱର: ରାସ୍ତାରେ ଅନେକ ବସ ଯାଉଥିବା ଆମେ ପ୍ରତିଦିନ ଦେଖିଥିବେ । ତେବେ ପିଲାଙ୍କୁ ନେଇ ଯାଉଥିବ ବାସ୍ ଗୁଡିକର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ । କେବେ ଲକ୍ଷ କରିଛନ୍ତି କି?

ତେବେ କଣ ଏହାର କାରଣ ? କାହିଁକି ସ୍କୁଲ ବସ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଜାଣନ୍ତୁ…

ଏହା ପଛରେ ରହିଛି ବୈଜ୍ଞାନିକ କାରଣ। ଆପଣ ଲକ୍ଷ୍ୟ କରିବେ ରାସ୍ତାରେ ଅନ୍ୟ ରଙ୍ଗ ବସ ଅପେକ୍ଷା ହଳଦିଆ ରଙ୍ଗର ବସ ପାଖାପାଖି ଦେଢ଼ ଗୁଣା ଅଧିକ ଉଜ୍ଜଳ ଦେଖାଯାଏ।

ଯାହା ଦ୍ୱାରା ଏହାକୁ ଦୂରରୁ ଅତି ସହଜରେ ଚିହ୍ନଟ କରି ହୁଏ । ଘନ କୁହୁଡ଼ି ହେଉ କିମ୍ବା ଅନ୍ୟ ସମସ୍ତ ରଙ୍ଗ ଭିତରେ ଏହି ହଳଦିଆ ରଙ୍ଗ ଉଜ୍ଜଳ ଭାବେ ଦେଖାଯାଏ । ତେଣୁ ସୁରକ୍ଷା ଦୃଷ୍ଟି କୋଣରୁ ଏହାକୁ ସର୍ବୋତ୍ତମ ଭାବେ ବିବେଚନା କରାଯାଏ।

କେବଳ ଆମ ଦେଶ ଭାରତରେ ନୁହେଁ ଆମେରିକା ଭଳି ଦେଶ ମାନଙ୍କରେ ମଧ୍ୟ ସ୍କୁଲ ବସ ଗୁଡିକ ହଳଦିଆ ରଙ୍ଗର ହୋଇଥାଏ ।

Leave A Reply

Your email address will not be published.