Latest Odisha News

BREAKING NEWS

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ମଧ୍ୟରାତ୍ରୀରେ ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମେ ୩୦ ତାରିଖ ରାତି ୧୨ଟା ୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି। ରାତି ୧୦ଟା ୪୦ରୁ ୧୧ଟା ୩୦ ମଧ୍ୟରେ ବିମାନରେ ବିଜେ କରିବେ ମହାପ୍ରଭୁ।

ବିମାନରେ ବିଜେ କରି କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ରାତି ୧୨ଟା ୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡିବ। ପରଦିନ ଅର୍ଥାତ୍ ୩୧ ତାରିଖ ରାତି ୯ଟା ୩୦ରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଶୀତଳତାର ସଂକେତ ବହନ କରୁଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ କୁହାଯାଏ।

ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ।

Comments are closed.