ଭୁବନେଶ୍ୱର: ଦେଶରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି।
ଏହି ଯାତ୍ରା ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା।
ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅତିରିକ୍ତ କମିଶନର ଅବନୀ କାନ୍ତ ପଟ୍ଟନାୟକ ଲକଡାଉନ ଗାଇଡଲାଇନ ଅନୁଯାୟୀ ଶୀତଳ ଷଷ୍ଠୀ ଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ।
ସୂଚନାଯୋଗ୍ୟ, ଏହି ଲକଡାଉନ ଯୋଗୁଁ ପ୍ରଶାସନ ପୂର୍ବରୁ ରୁକୁଣା ରଥଯାତ୍ରା ଏବଂ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ମଧ୍ୟ ବାତିଲ କରିଥିଲେ। ଆହୁରି ମଧ୍ୟ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାର ପରି ସମସ୍ତ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି।
Comments are closed.