Latest Odisha News

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ଖୁବଶିଘ୍ର ସ୍ଥାନ ନିରୁପଣ ହେବ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଭୁବନେଶ୍ୱର ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ସ୍ଥାନ ନିରୁପଣ କାର୍ଯ୍ୟ ଚାଲିଥିବା ନେଇ ବୁଧବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏସମ୍ପର୍କରେ ରାଜ୍ୟ ସରକାର ନିରୁପଣ କରିଥିବା କିଛି ସ୍ଥାନ ପ୍ରସ୍ଥାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବ ଅନୁଯାୟୀ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) କିଛି ସ୍ଥାନ ପରିଦର୍ଶନ କରିଥିଲେ ମଧ୍ୟ ତାହା ବିମାନ ବନ୍ଦର ଲାଗି ପସନ୍ଦଯୋଗ୍ୟ ହୋଇନାହିଁ ।

ଏନେଇ କେନ୍ଦ୍ର ଆଶ୍ୱାସନା ପ୍ରଦାନ କରିବା ସହିତ ଏହି ପ୍ରସ୍ତାବିତ ଓଡ଼ିଶାର ରାଜଧାନୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ଲାଗି ଭିତ୍ତିଭୂମି କେନ୍ଦ୍ର ପକ୍ଷରୁ ଯୋଗାଇଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ଚଳାଚଳ ନେଇ କେନ୍ଦ୍ର ଗୁରତ୍ୱ ଦେଇ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ।

Leave A Reply

Your email address will not be published.