ବାଲେଶ୍ୱର: ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲା । ଜଳ ନିଷ୍କାସିତ ହୋଇ ନପାରି ବୁଡିଲା ସହରର ବିଭିନ୍ନ ଅଂଚଳ । ବର୍ଷାଜଳ ନିଷ୍କାସିତ ହୋଇନପାରି ବାଲେଶ୍ୱର ସହର ସାରା ଜଳମଗ୍ନ ହୋଇଯାଇଛି । ଏପରି ପରିସ୍ଥିତି ବାରମ୍ବାର ଉପୁଜୁଥିବାରୁ ଏଥିପାଇଁ ବାଲେଶ୍ୱର ପୌରପାଳିକା ମୁଖ୍ୟ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ କର୍ଯ୍ୟଦକ୍ଷତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି ।
ବାରମ୍ବାର ଦାବି ସତ୍ତ୍ୱେ ନାଳ ଗୁଡିକର ମରାମତି ଓ ମହାନାଳ ଖନନ ନ ହେବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ଅଫିସ ଗଲିରୁ ନେଇ ଆଜିମାବାଦ, ହସ୍ପିଟାଲ ନିକଟସ୍ଥ ଆଦ୍ୟାଶକ୍ତି ମନ୍ଦିର, ଫାଣ୍ଡି ଛକ ନିକଟସ୍ଥ ନିୟୁ ମାର୍କେଟ ଆଦି ସ୍ଥାନରେ ଆଣ୍ଠୁଏ ପାଣି ଜମିଥିଲା ।
ନର୍ଦ୍ଦମା ପାଣି କେଉଁଠି ଦୋକାନରେ ପଶିଥିଲା ତ ଆଉ କାହା ଘରେ । ହସ୍ପିଟାଲର ବର୍ଜ୍ୟବସ୍ତୁ ପାଣି ଆଦ୍ୟାଶକ୍ତି ମନ୍ଦିରଠୁ ସିନେମା ଛକ ଯାଏ ନର୍ଦ୍ଦମା ପାଣି ସୁଅ ଛୁଟିଥିଲା । ସୁଏଲପୁର ମୀର୍ଜାପୋଖରୀ ରସ୍ତାରେ ୪ ଫୁଟ୍ ଉଚ୍ଚର ଡ୍ରେନପାଣି ପ୍ରବାହିତ ହୋଇଥିଲା । ସହରର ସବୁ ସ୍ଥାନରେ ପ୍ରାୟ ସମାନ ସମସ୍ୟା ଦେଖିବାକୁ ମିଳିଥିଲା ।
ମହାନାଳ ଖନନ ସହ ଜୁନ ମରାମତି ପାଇଁ ୧୦ କୋଟି ଟଙ୍କା ଆସିଥିଲା । ମାତ୍ର ମ୍ୟୁନିସିପାଲିଟିର ଅକ୍ଷମତା ଯୋଗୁଁ ଏହି ଟଙ୍କା ଫେରି ଯାଇଥିବା ଜଣାପଡିଛି ।
Comments are closed.