Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା,ଜଳିଗଲା ୬ ଜୀବନ

ହାଇଦ୍ରାବାଦ:ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଆଜି ସକାଳେ ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଥିରେ  ୩୨ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ୩୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବସ୍ ଟି ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ନୀଲାୟାପଲେମରୁ ୪୨ ଯାତ୍ରୀଙ୍କୁ ଧରି ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ଆହତ ଯାତ୍ରୀମାନେ କହିଛନ୍ତି ଯେ ସୋମବାର ଭୋଟ୍ ଦେବା ପରେ ସେମାନେ ହାଇଦ୍ରାବାଦ ଫେରୁଥିଲେ । ହାଇଦ୍ରାବାଦ- ବିଜୟୱାଡା ହାଇୱେ ଉପରେ ଚିଲକଲୁରିପେଟ ନିକଟରେ  ଏକ ଟ୍ରକ୍‌ ସହ ବସ୍ ଟି ମାଡ ହୋଇଥିଲା । ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଉଭୟ ବସ୍‌ ଟ୍ରକ୍‌ ଜଳି ଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବହୁ ସମୟ ପରେ ନିଆଁକୁ କାବୁ କରାଯାଇଥିଲା।

 

 

Leave A Reply

Your email address will not be published.