କୋରାପୁଟ: ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ଗତି ଧିରେ ଧିରେ ଆଗକୁ ବଢୁଛି । ଏହାକୁ ନଜରରେ ରଖି କୋରାପୁଟ ଜିଲ୍ଲା ଲମତାପୁଟ ମାଛକୁଣ୍ଡ ଜଳ ଭଣ୍ଡାରର ୬ଟି ଗେଟ୍ ଖୋଲିଛି ।
ଜଳ ଭଣ୍ଡାରରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ମାଛକୁଣ୍ଡ ଡି ଡ୍ୟାମରୁ ମଧ୍ୟ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ହେୁଥିବା ସୂଚନା ମିଳିଛି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତାକାଲି ରାତିରେ ସ୍ଥଳଭାଗ ଛୁଇଁବ ଅର୍ଥାତ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଗତି କରିବ । ବାତ୍ୟା ଅତିକ୍ରମ କଲାବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବ ମୋନ୍ଥା । ଏହି ସମୟରେ ପବନର ବେଗ ୬୦ରୁ ୭୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Comments are closed.