Latest Odisha News

BREAKING NEWS

ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍

ବେଙ୍ଗାଲୁରୁ: କରୋନା ସଂକ୍ରମିତ ହୋଇଥିବା  ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ସମସ୍ତଙ୍କୁ ଡାକ୍ତରଖାନାରୁ ସାଇ ସେଣ୍ଟର ପଠାଇ ଦିଆଯାଇଛି । ଜାତୀୟ ଶିବିରରେ ଯୋଗ ଦେବାକୁ ବେଙ୍ଗାଲୁରୁ ଆସିଥିବା ହକି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା । ଅଧିନାୟକ ମନପ୍ରୀତ ସିଂହଙ୍କ ସମେତ ସୁରେନ୍ଦର କୁମାର, ଜଶକରଣ ସିଂହ, ବରୁଣ କୁମାର ଓ କ୍ରିଶନ ବି ପାଠକ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ । ୨ ଦିନ ପରେ ଯୁବ ଖେଳାଳି ମନଦୀପ ସିଂହ କରୋନା ସଂକ୍ରମିତ ହୋଇଥିଲେ ।

ମନଦୀପଙ୍କ ଶରୀରରୁ ଅମ୍ଳଜାନ କମିଯିବାରୁ ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ପରେ ବାକି ୫ ଖେଳାଳିଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଥିଲା । ସମସ୍ତଙ୍କ ପରବର୍ତ୍ତୀ ୨ଟି ରିପୋର୍ଟ ନେଗେଟିଭ୍ ରହିଛି ।  କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ୬ଜଣ ଖେଳାଳି ପ୍ରଥମ ୧୦ଦିନ ଶିବିରରେ ଯୋଗ ନଦେଇ ସଙ୍ଗରୋଧରେ ରହିବେ ।

Leave A Reply

Your email address will not be published.