Latest Odisha News

BREAKING NEWS

ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ ଜୀବନ ଯାତ୍ରା ବାଧାପ୍ରାପ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସୋମବାର ଦିନ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହାଫଳରେ ଭଦ୍ରକ ସହର ସମେତ ଜିଲ୍ଲାର ଅଧିକାଂଶ ସ୍ଥାନ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଇଣ୍ଡିଆନ ଅଏଲ ପକ୍ଷରୁ ଭଦ୍ରକରେ ପ୍ରସ୍ତାବିତ ବସ୍ତ୍ର ଓ ବୟନ ଶିଳ୍ପ ଲାଗି ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିନାହିଁ । ତେଣୁ ସରକାର ଏହି ପ୍ରସ୍ତାବିତ ଶିଳ୍ପ କାରଖାନା ନିମନ୍ତେ ତୁରନ୍ତ ଜମି ଯୋଗାଇଦେବା ଦାବି ନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି ।

ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ଯଥା – ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର, ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି । ଭଦ୍ରକ ସହରରେ ସକାଳୁ ବିଜେପି ନେତାମାନେ ଦଳଦଳ ହୋଇ ବ୍ୟାନର ଓ ଦଳୀୟ ପତାକା ଧରି ବିଭିନ୍ନ ଛକ ଯାଗା ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭଦ୍ରକ ରେଳଷ୍ଟେସନରେ ଡ଼ିଏମୟୁ ଟ୍ରେନକୁ ଅଟକାଇବା ଫଳରେ ଟ୍ରେନଟି ସାମୟିକ ଭାବେ ଷ୍ଟେସନରେ ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା । ଭଦ୍ରକ ବସଷ୍ଟାଣ୍ଟତଥା ବନ୍ତଛକରେ ଅଧିକାଂଶ ବସ ଗନ୍ତବ୍ୟ ସ୍ଥାନକୁ ଯାଇନପାରି ପଡ଼ିରହିଛି ।

ଭଦ୍ରକ ସହରର ଚରମ୍ପା, କଚେରୀବଜାର, ଆରଡ଼ିଛକ, ଚାନ୍ଦବାଲି ବାଇପାସ ଏବଂ ବନ୍ତ ଛକରେ ବିଜେପି କର୍ମୀମାନେ ପିକେଟିଂ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି । ଜାତୀୟ ରାଜପଥକୁ ମୋଟେଲ ଛକଠାରେ ଆନ୍ଦୋଳନକାରୀମାନେ ଅବରୋଧ କରିବା ଫଳରେ ସେଠାରେ ଶହ ଶହ ମାଲ୍ ବୋଝେଇ ଟ୍ରକ ରାଜପଥ ଉପରେ ପଡ଼ିରହିଛି । ଭଦ୍ରକ ସହରରୁ ସମ୍ପୂର୍ଣ୍ଣ ଭାବେ ବାହାର ସ୍ଥାନକୁ ଯାତାୟତ ବନ୍ଦ ହୋଇପଡ଼ିଛି ।

ଏହି ବନ୍ଦ ପାଳନଯୋଗୁଁ ଜିଲ୍ଲାର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ଲକ୍ଷ୍ୟ କରାଯାଇଛି ।

ଏଥିସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.