Latest Odisha News

BREAKING NEWS

ଗଜପତି ଜଙ୍ଗଲରୁ ୨୯ ଆଦିବାସୀ ସେବାଶ୍ରମ ଛାତ୍ରୀ ଉଦ୍ଧାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅନ୍ତରବା ସେବାଶ୍ରମ ବିଦ୍ୟାଳୟରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ରବିବାର ରାତିରେ ପୋଲିସ ଉଦ୍ଧାର କରିଛି।

ଛାତ୍ରୀମାନେ ସେବାଶ୍ରମରୁ ଶନିବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ି ପଳାଇଥିବା ନେଇ ଅଭିଯୋଗ ହୋଇଥିଲା ।

ମିଳିଥିବା ସୂଚନାନୁଯାୟୀ ଚନ୍ଦ୍ରଗିରି ବ୍ଲକ ଅନ୍ତର୍ଗତ ଟାଙ୍କିଲିପଦ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ଫୋନକୁ ଟ୍ରାକିଂ କରାଯାଇ ଉଦ୍ଧାର କରାଯାଇଥିଲା।

ଅନ୍ୟପକ୍ଷରେ ଉଦ୍ଧାର ଛାତ୍ରୀମାନଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.