ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୋଲିସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳିବିନିୟମରେ ୬ ଜଣ ମାଓବାଦୀମାନେ ନିପାତ ହୋଇଥିବା ଜଣାପଡ଼ିଛି । ଏଥିସହ ବହୁ ପରିମାଣରେ ମାଓ ବିସ୍ଫୋରକ ସହ ବନ୍ଧୁକ ଜବତ କରାଯାଇଛି । ଥୁଲଥୁଲି ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଛି ।
ଖବର ମୁତାବକ, ଡିଆରଜି ଏବଂ ଏସଟିଏଫ ଯବାନ କମ୍ବିଂ ଅପରେସନ କରୁଥିବାବେଳେ, ଆବୁଝମାଡ଼ ଜଙ୍ଗଲରେ ପୂର୍ବରୁ ଲୁଚି ରହିଥିବା ମାଓବାଦୀ ମାନେ ପ୍ରଥମେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିଚଳାଇଥିଲେ । ଏହାପରେ ଯବାନ ମାନେ ପାଲଟା ଜବବାରେ ମାଓବାଦୀମାନଙ୍କ ଉପରକୁ ଗୁଳିଚଳାଇଥିଲେ ।
ବହୁ ସମୟ ଧରି ଗୁଳିବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀମାନଙ୍କର ମୃତଦେହକୁ ଉଦ୍ଧାର କରିଥିଲେ ।
ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୦୦ ନକ୍ସଲ ମୃତ୍ୟୁବରଣ କରିସାରିଲେଣି । ସେହିଭଳି ୨୦୨୩ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ୪୫୩ ଜଣ ନକ୍ସଲ ମୃତ୍ୟୁବରଣ କରିସାରିଥିବା ବେଳେ, ୧୬୧୬ ଜଣ ଗିରଫ ହୋଇଛନ୍ତି ଏବଂ ୧୬୬୬ ଜଣ ଆତ୍ମସମର୍ପଣ କରିସାରିଲେଣି ।
Comments are closed.