Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ ସିଂ, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ ଛୁଟିରେ ଅଛନ୍ତି । ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଛି।

ଅଭିଯୋଗ ଅନୁସାରେ ଆଇପିଏସ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବ। ଏଥିପାଇଁ ଏମସରେ ପହଞ୍ଚିଲେ ଆଶିଷ ସିଂହ । ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଇସିଆଇଙ୍କ ନିର୍ଦ୍ଦେଶ ପରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ । ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ । ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ସଦସ୍ୟ ଥିବା ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି।

 

Leave A Reply

Your email address will not be published.