Latest Odisha News

BREAKING NEWS

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଛି। ଏଥିପାଇଁ ରବିବାର ସକାଳେ ହୀରାକୁଦ ଡ୍ୟାମରେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

ଏହା ସହିତ ମୋଟ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱରେ ନଅ ଏବଂ ଡାହାଣ ପାର୍ଶ୍ୱରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା।

ଆଜି ହୀରାକୁଦ ଡ୍ୟାମରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁ କର୍ତ୍ତୃପକ୍ଷ ଆଉ ୬ଟି ଫାଟକ ଖୋଲିବାକୁ ସ୍ଥିର କରିଥିଲେ।

୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୫୯କ୍ୟୁସେକ ଜଳ ପ୍ରବେଶ କରୁଛି।

Comments are closed.