Latest Odisha News

BREAKING NEWS

ଆଉ ୬ ଜଣ ୱାରେଣ୍ଟ୍ ଆସାମୀଙ୍କୁ ପଳାତକ ଘୋଷଣା

କଟକ: ନିକଟରେ କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଥିବାବେଳେ, ଏବେ ଆଉ ୬ ଜଣଙ୍କୁ ପଳାତକ ଘୋଷଣା କରିଛି କଟକ ଜିଲ୍ଲା ପୋଲିସ । ଏହାକୁ ମିଶାଇ ୱାରେଣ୍ଟ୍ ଆସାମୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।

ବର୍ତ୍ତମାନ ପଳାତକ ଘୋଷଣା ହୋଇଥିବା ଉକ୍ତ ୬ଜଣ ଆସାମୀ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଫାସିବସ୍ତର କେଲୁ ନାୟକ ଓ ବିନି ନାୟକ ଓ ଭଦ୍ରେଶ୍ୱର ଥାନା ହଳଦିଆ ଅଞ୍ଚଳର ମଧୁ ମହାରାଣା, ଆଠଗଡ଼ ଜଗିଆପଡ଼ାର ପୂର୍ଣ୍ଣଚନ୍ଦ୍ର ଶତପଥି ଓ ସ୍ଥାନୀୟ ଉପର ସାହିର ଚନ୍ଦନ କୁମାର ଦଳାଇ, ବଡ଼ମ୍ବା ଗୁଣ୍ଡଦ୍ୱାରର ନକୁଳ ନାୟକ ଓ ନିଆଳି ପୁର୍ବଖଣ୍ଡ ନାୟକ ସାହିର ବଚନ ଭୋଇ ।

ସମ୍ପୃକ୍ତ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚି ଲଟକା ଜାରି କରିବା ସହ ଡେଙ୍ଗୁରା ବଜାଇ ସତର୍କ କରାଇଛନ୍ତି । ମାସକ ଭିତରେ ଥାନାରେ ଆତ୍ମସମର୍ପଣ କରିବା ପାଇଁ ପୁଲିସ ନୋଟିସ୍ ଜାରି କରିଛି । ମାସକ ଭିତରେ ଆତ୍ମସମର୍ପଣ ନକଲେ ୱାରେଣ୍ଟ୍ ଆସାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ବିଏନଏସଏସ୍ ଧାରା ୮୫ ବଳରେ କୋର୍ଟକୁ ନିବେଦନ କରାଯିବ ।

Leave A Reply

Your email address will not be published.