Latest Odisha News

BREAKING NEWS

ଚିଲିକାରେ ଡଙ୍ଗା ଦୁର୍ଘଟଣାଗସ୍ତ; ୬ ଯାତ୍ରୀ ଗୁରୁତର ଆହତ

ବାଲୁଗାଁଓ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଓରେ ଅବସ୍ଥିତ ଚିଲିକା ହ୍ରଦରେ ରବିବାର ଦିନ ଏକ ଦେଶୀ ଡଙ୍ଗା ଦୁର୍ଘଟଣାଗସ୍ତ ହେବାଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

BjdElectrycity

ମିଳିଥିବା ସୂଚନାନୁଯାୟୀ କିଛି ବ୍ୟକ୍ତି ପିକନିକ୍ କରିବା ଲାଗି ଆଜି ସକାଳେ କାଳିଜାଇ ମନ୍ଦିରକୁ ଯାଇଥିଲେ । ସେଠାରୁ ପିକନିକ୍ ସାରି ଫେରୁଥିବା ବେଳେ କୌଣସି କାରଣବଶତଃ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ମତ୍ସ୍ୟଜୀବୀ ତତକ୍ଷଣାତ୍ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଗୁରୁତର ଆହତ ୬ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୂୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.