Latest Odisha News

BREAKING NEWS

ନିଜ ବାଡି ଛତୁ ଖାଇ ୬ଅସୁସ୍ଥ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ହିନ୍ଦୋଳ ଥାନା କାନ୍ତିମିଳି ପଞ୍ଚାୟତ ଧୁବୁନୀନନ୍ଦ ଗାଁରେ ଛତୁ ଖାଇ ୬ ଜଣ ଅସୁସ୍ଥ ହୋଇପଡିଛନ୍ତି । ୬ ଜଣଙ୍କ ମଧ୍ୟରେ ଚାରି ମହିଳା ଓ ଦୁଇ ପିଲା ରହିଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉକି, କାନ୍ତାମିଲା ପଞ୍ଚାୟତ ଧୁବୁନୀନନ୍ଦ ଗାଁର ବଳରାମ ପ୍ରଧାନଙ୍କ ଘର ବାରି ପଟେ ଛତୁ ହୋଇଥିଲା। ସେହି ଛତୁ ଆଣି ଆଜି ଘର ଲୋକ ଖାଇ ଥିଲେ। କିନ୍ତୁ ଛତୁ ଖାଇବାର କିଛି ସମୟ ପରେ ଚାରି ମହିଳା ଓ ଦୁଇ ପିଲାଙ୍କ ବାନ୍ତି ବାରମ୍ବାର ହେବାରୁ ୬ ଜଣ ଯାକ ଗୁରୁତର ହୋଇ ପଡିଥିଲେ । ପରିବାରର ଅନ୍ୟ ଲୋକେ ତୁରନ୍ତ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.