ଭୁବନେଶ୍ୱର : ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ଉତ୍ସବ ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଏବଂ ଭବାନୀ ଶଙ୍କର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
ଏହି ଅବସରରେ ଅନୀଲ କୁମାର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରାଜଲକ୍ଷ୍ମୀ ତ୍ରିପାଠୀ, ସରୋଜିନୀ ପଟ୍ଟନାୟକ, ପାରମିତା ଷଡ଼ଙ୍ଗୀ ଏବଂ ସୁଜାତା ମହାପାତ୍ରଙ୍କୁ ‘ବିନ୍ଦୁ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା।
ଏହି ଉତ୍ସବରେ ନିତ୍ୟାନନ୍ଦ ମିଶ୍ରଙ୍କ ‘ ‘ଢେଙ୍କାନାଳ ସାହିତ୍ୟ : ୧୧ଟି ଚିତ୍ରପଟ୍ଟ’, ବାଉରିବନ୍ଧୁ ଲେଙ୍କାଙ୍କ ‘କୁମାର ସମ୍ଭବମ’ ( ଅନୁବାଦ ) , ଓ ‘ପ୍ରିୟା’ ସୁଷମା ପରିଜାଙ୍କ ‘ପ୍ରତିବଦ୍ଧ’ , ରାଜୀତ ଦାସଙ୍କର ‘ପିଲାବେଳ ଧୂଳିଖେଳ’ , ସରିତା ପ୍ରଧାନଙ୍କ ‘ଏଇ ଅଛି ଏଇ ନାହିଁ ‘ , ରଶ୍ମିମୟୀ ପତିଙ୍କର ‘ପ୍ରଣୟର ଛନ୍ଦ ତାଳେ’ ଓ ‘ପ୍ରୀତି ତରଙ୍ଗ’ ପୁସ୍ତକ ସମୂହ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟରେ ସୁଷମା ପରିଜାଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠତ୍ସବ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ବିଶ୍ୱାଳ, ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଭକ୍ତ ଚରଣ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ ଏବଂ ଚକ୍ରଧର ରଥ , ହୀରକ ମିଶ୍ର , ମନୋଜ ଆଚାର୍ଯ୍ୟ ଓ ଲୋପମୁଦ୍ରା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.