ପୁରୀ: ପୁଣି ଥରେ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ଆରମ୍ଭ ହୋଇଛି ସସ୍ପେନ୍ସ । ୟୁନିୟନ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ମନ୍ଦିର ପ୍ରଶାସନ ରଦ୍ଦ କରିଛି । ୧୬ଟି ସରକାରୀ କ୍ଷେତ୍ରର ଟେଣ୍ଡର ବାତିଲ କରିଛି ମନ୍ଦିର ପ୍ରଶାସନ ।
ପୁଣି ଥରେ ଟେଣ୍ଡର ହୋଇ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏନେଇ ଟେଣ୍ଡରରେ ଭାଗ ନେବାକୁ ୧୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଚିଠି ଲେଖି ଜଣାଇଯାଇଥିବା ଶ୍ରୀମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।
ଏଣିକି ୩ ବର୍ଷ ନୁହେଁ ବର୍ଷିକିଆ ସ୍ଥାୟୀ ଜମା ପାଇଁ ଟେଣ୍ଡର ଡକା ଯାଇଥିବା ଜଣାପଡିଛି । ଆସନ୍ତା ୨୬ ତାରିଖ ଦିନ ୧୧ ଟା ସୁଦ୍ଧା ଟେଣ୍ଡର ପକାଇବାକୁ ସବୁ ବ୍ୟାଙ୍କକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ୟୁନିୟନନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଦ୍ଧ ଅଫର ଦେଇ ବିଡ୍ ଜିତିଥିଲା । ତେବେ ଏହି ଟେଣ୍ଡରକୁ ଏବେ ବାତିଲ କରାଯିବା ପରେ ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବ ସେ ନେଇ ସସ୍ପେନ୍ସ ଲାଗି ରହିଛି ।
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.