Latest Odisha News

ରତ୍ନ ଭଣ୍ଡାର ସ୍ଥିତି କ’ଣ? ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

କଟକ: ଗୁରୁବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ମାଗିଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ ବୋଲି ଏସଜେଟିଏ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ପୂର୍ବ ଶୁଣାଣିରେ ହାଇକୋର୍ଟ ଏସଜେଟିଏକୁ ବିଭିନ୍ନ ପ୍ରସଙ୍ଗ, ରତ୍ନଭଣ୍ଡାର କେବେ ବନ୍ଦ ହୋଇଥିଲା, ତା’ ଭିତରେ ଥିବା ମୋଟ ସମ୍ପତ୍ତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କହିଥିଲେ ହାଇକୋର୍ଟ।

ରତ୍ନଭଣ୍ଡାର କେତେ ଦିନ ହେଲା ଖୋଲି ନାହିଁ ଓ କାହିଁକି ଖୋଲିଥିଲା ସେନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଏସଜେଟିଏକୁ କହିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଭିତରେ ଥିବା ସମ୍ପତ୍ତି ଓ ମୂଲ୍ୟବାନ ସାମଗ୍ରୀର ଅନୁଧ୍ୟାନ ପାଇଁ ଆଗତ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିରର ମରାମତି ପ୍ରସଙ୍ଗରେ ଆଜି ଶୁଣାଣି ହୋଇଥିଲା। ଖୁବଶୀଘ୍ର ପୁରୀରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଡେପୁଟି ସଲିସିଟର କୋର୍ଟଙ୍କୁ ଅବଗତ କରାଇଥିଲେ।

ପୂର୍ବରୁ ଜଗମୋହନ ଓ ନାଟମନ୍ଦିରର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆମିକସକ୍ୟୁରୀ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ସେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ‘ଆବଶ୍ୟକ ମରାମତି କାମ ହୋଇନାହିଁ।

 

 

Comments are closed.