ପୁରୀ:ଶ୍ରୀମନ୍ଦିରର ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ନିଲମ୍ବନ କରିଛନ୍ତି ମୁଖ୍ୟ ପ୍ରଶାସକ।
ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢୀ କହିଛନ୍ତି କୌଣସିବି ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ।
ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି, ତେଣୁ ଉକ୍ତ ସେବକଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଓ ସେବାରୁ ନିଲମ୍ବନ କରାଯାଇଛି ।