Latest Odisha News

BREAKING NEWS

କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ବିଜୟ ନାୟକ ବୋଲି ଜଣାପଡିଛି ।

ବିଜୟ ଠାରୁ ଗୋଟିଏ ବାଇକ୍, ଗୋଟିଏ ମାଉଜର ବନ୍ଧୁକ, ଗୋଟିଏ ନକଲି ଭୋଟର ପରିଚୟ ପତ୍ର ଏବଂ ୨ଟି ଗୁଳି ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ଆହତ ଅପରାଧୀର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ବିଜୟ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୦୦ରୁ ଅଧିକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ହତ୍ୟା, ବ୍ୟାଙ୍କ ଡକାୟତି, ଗୁଳିମାଡ଼, ଲୁଟ୍ ଭଳି ବିଭିନ୍ନ ସଙ୍ଗୀନ ମାମଲାରେ ରହିଛି।

ମିଳିଥିôବା ସୂଚନାନୁଯାୟୀ ଅପରାଧି ଜଣକ ବ୍ରହ୍ମପୁରସ୍ଥିତ ନିଜ ଗ୍ରାମରେ ଥିବାନେଇ କୌଣସି ସୁତ୍ରରୁ ଖବର ପାଇ ସଦର ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ ପକ୍ଷରୁ ମିଳିତ ଉଦ୍ୟମରେ ଉକ୍ତ ଗ୍ରାମରେ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା। ଏହି ଗୁଳି ଚାଳନାରେ ତା’ର ବାମ ଗୋଡରେ ଗୁଳି ବାଜିଥିଲା ।

Leave A Reply

Your email address will not be published.