Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରି ଭାରତର ୫୦୦ତମ ଦିନିକିଆ ବିଜୟ ହାସଲ

ନାଗପୁର: ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନ୍ତିମ ଓଭରରେ ଶେଷ ୨ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨ୟ ଦିନିକିଆରେ ଚିତାକର୍ଷକ ବିଜୟ ହାସଲ କରିପାରିଛି । ଏହା ଭାରତର ରେକର୍ଡ଼ ୫୦୦ତମ ଦିନିକିଆ ବିଜୟ ହାସଲ ।

ଶେଷ ୨ ଓଭରରୁ ଅଷ୍ଟ୍ରେଲିଆକୁ ବିଜୟ ହାସଲ ଲାଗି ଆବଶ୍ୟକ ଥିଲା ୨୦ରନ । ମହମ୍ମଦ ସାମି ୪୯ତମ ଓଭର ବୋଲିଂ କରି ୯ ରନ ଦେଇଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି କପ୍ତାନ କୋହଲି ବିଜୟ ଶଙ୍କରଙ୍କୁ ଅନ୍ତିମ ଓଭର ବୋଲିଂ କରିବାକୁ ଡାକିଥିଲେ ।

ଅନ୍ତିମ ଓଭରରେ କଙ୍ଗାରୁ ଦଳକୁ ମ୍ୟାଚ୍ ଜିତିବାକୁ ୧୧ ରନ ଆବଶ୍ୟକ ଥିଲା । ଉପଯୋଗୀ ୫୨ ରନ କରି କ୍ରିଜରେ ଜମି ରହିଥିବା ଏମ ଷ୍ଟୋନିସଙ୍କୁ ୧ମ ବଲରେ ଏଲବିଡବ୍ଲ୍ୟୁ କରି ଆଉଟ କଲେ ଶଙ୍କର । ପରବର୍ତ୍ତୀ ବଲରେ ୨ ରନ କରିଥିଲେ ଶେଷ ବ୍ୟାଟ୍ସମ୍ୟାନ ଜମ୍ପା । ତେବେ ୩ୟ ବଲରେ ଜମ୍ପାଙ୍କୁ କ୍ଲିନ୍ ବୋଲ୍ଡ କରି ଆଉଟ କଲେ ବିଜୟ ଶଙ୍କର । ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆକୁ ୨୪୨ ରନରେ ଅଟକାଇ ଦେଇଥିଲେ ବିଜୟ ଶଙ୍କର ।

ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିବା ସହିତ ୫ ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିପାରିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋନିସ୍ ୫୨ ରନ, ହାଣ୍ଡସକମ୍ବ ୪୮ ରନ, ଖ୍ୱାଜା ୩୮ ଏବଂ ଆରୋନ ଫିଞ୍ଚ୩୭ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତୀୟ ବୋଲର୍ କୁଲଦୀପ ଯାଦବ ୩ଟି, ବୁମରା ଓ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଜାଡ଼େଜା ଓ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ ହାସଲ କରିପାରିଛନ୍ତି ।

ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଓପନର ରୋହିତ ଶର୍ମା ଏହି ମ୍ୟାଚରେ ମଧ୍ୟ ଦଳକୁ ନିରାଶ କରିଛନ୍ତି । କପ୍ତାନ କୋହଲି ୧୨୦ଟି ବଲରୁ ୧୧୬ ରନ କରିବା ସହିତ ତାଙ୍କର ୪୦ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ବରୁଣ ଶଙ୍କର ବିଜୟ ଶଙ୍କର ୪୬ ରନ ଶିଖର ଧାୱନ ୨୧ ରନ, ରବିନ୍ଦ୍ର ଜାଡ଼େଜା ୨୧ ରନ କରିପାରିଛନ୍ତି ।

କଙ୍ଗାରୁ ବୋଲର୍ କୁମିନ୍ସ ଚମତ୍କାର ବୋଲିଂ ପ୍ରଦର୍ଶନ କରି ମାତ୍ର ୨୯ ରନରେ ୪ଟି ମୂଲ୍ୟବାନ ଭାରତୀୟ ୱିକେଟ ନେବା ଫଳରେ ଘରୋଇ ଦଳ ବିଶାଳ ସ୍କୋର କରିବାକୁ ଅକ୍ଷମ ହୋଇଥିଲା ।

Leave A Reply

Your email address will not be published.