Latest Odisha News

BREAKING NEWS

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର

କଟକ: ୨ ସପ୍ତାହ ବ୍ୟବଧ୍ୟାନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ହାତୀ କଙ୍କାଳ ମିଳିଲାଣି । ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର କଙ୍କାଳ ମିଳିଥିଲା । ଆଉ ମଙ୍ଗଳବାର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖରୋଡ଼ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ ମିଳିଛି । ଯଦିଓ କଙ୍କାଳରୁ ହାତୀଟି ଦନ୍ତା ବୋଲି ବନ କର୍ମଚାରୀ କହୁଛନ୍ତି । କିନ୍ତୁ ଘଟଣାସ୍ଥଳରୁ ହାତୀ ଦାନ୍ତ ମିଳିନାହିଁ ।

ତେବେ ଏହି ହାତୀ ମୃତ୍ୟୁ ପଛରେ କିଏ ? କୌଣସି ରାକେଟ ଦନ୍ତାକୁ ହତ୍ୟା କରି ଦାନ୍ତ ନେଇ ଯାଉଛି କି ? ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜି ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ଅନ୍ୟପଟେ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ୮ ଦିନ ତଳେ ଆହତ ହାତୀ ଠାବ ପରେ ଆରମ୍ଭ ହୋଇଥିଲା ଚିକିତ୍ସା । ହାତୀ ଶରୀରରେ ମୋଟ ୬ଟି ଗୁଳି ବାଜିଥିଲା ।

Leave A Reply

Your email address will not be published.