Latest Odisha News

BREAKING NEWS

80 ଫୁଟ ତଳେ ରାହୁଲର 105 ଘଣ୍ଟାର ସଂଘର୍ଷ

ରାହୁଲ ଅପରେସନ ଦେଶରେ ପ୍ରଥମ

ବିଳାସପୁର: 80 ଫୁଟର ଗାତ ଭିତରେ ଥିଲା ରାହୁଲ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଥିଲା 10 ବର୍ଷର କଅଁଳ ପିଲା । ଜୀବନକୁ ଭଲ ଭାବେ ଜାଣିନଥିବା ରାହୁଲ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଗାତ ଭିତରେ । ବଞ୍ଚିବ କି ମରିବ ଏହି ଚର୍ଚା ଚାଲିଥିଲା ସାରା ଦେଶରେ । କିନ୍ତୁ ରାହୁଲ ନିଶ୍ଚୟ କରିଥିଲା ସେ ବଞ୍ଚିବ । ତାର ଦୃଢ଼ ଆଶା ଥିଲା ସେ ଯେତେ କଷ୍ଟ ହେଉ ପଛେ ନିଶ୍ବାସ ପ୍ରଶ୍ବାସ ଚାଲୁ ରଖିବ । ଏକ ଅଲଗା ଦୁନିଆରେ ଛଟପଟ ହେଉଥିବା ରାହୁଲ ଶେଷରେ ଜୀବନ ଯୁଦ୍ଧରେ ବିଜୟୀ ହୋଇଥିଲା । ମୃତ୍ୟୁ ତା ଆଗରେ ହାର ମାନିଥିଲା ।

ଏହା କେବଳ କାହାଣୀ ହୋଇପାରେ । କିନ୍ତୁ ବାସ୍ତବତା ମଧ୍ୟ ହୋଇଛି ଆଜିର ଦିନରେ । ଏବେ 80 ଫୁଟ ଗାତ ଭିତରୁ ବାହାରି ବିଳାସପୁରର ଆପୋଲ ହସପିଟାଲରେ ଚିକିତ୍ସିତ ହେଉଛି ରାହୁଲ ସାହୁ । ପାଞ୍ଚ ଦିନ, ଚାରି ରାତି ଜୀବନ ସହ ଲଢ଼େଇ କରିବା ସହଜ କଥା ନୁହେଁ । ଏପରି ପରିସ୍ଥିତିରେ ପାଂଚ ମିନିଟ ବଂଚିବା କଷ୍ଟକର । କୁହନ୍ତୁ ଯାହାର ଆଇସ ନପୁରିଚି ତାକୁ ଯମ ନେଇପାରେ ନାହିଁ । ରାହୁଲ ପାଇଁ ସେହି କଥା ସମସ୍ତେ କହୁଛନ୍ତି ।

ବୋର ଓ୍ବେଲର ଜଳ ସ୍ତରର ବୃଦ୍ଧିଠୁ ଆରମ୍ଭ କରି ଗାତ ଖୋଳିବା  ଟନେଲ ତିଆରି କରିବା ପର୍ଯ୍ୟନ୍ତ, ଏହି ସମସ୍ତ ବାଧାବିଘ୍ନକୁ ଦୂର କରି ଉଦ୍ଧାରକାରୀ ଦଳ ଶେଷରେ ରାହୁଲକୁ ବାହାରକୁ ଆଣିବା ବେଳେ ସମସ୍ତେ ଖାଲି ଆଶ୍ଚର୍ଯ୍ୟ ହୋଇନଥିଲେ ବରଂ ଆଖିରେ ଲୁହ ବି ଆସିଯାଇଥିଲା  । ଏଇୟା ଶୁଭୁଥିଲା ରାହୁଲ ବଞ୍ଚିଛି ।

ଜୁନ୍ 10, ଶୁକ୍ରବାର ଦିନ, ମାଲଖରୋଡା ବ୍ଲକର ପିହ୍ରିଡ ଗାଁର  10 ବର୍ଷର ବାଳକ ରାହୁଲ ହଠାତ୍ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ବୋରଓ୍ବେଲ ଗଭୀର ଗାତରେ ପଡ଼ିଯାଇଥିଲା । ଘର ଲୋକ ପ୍ରଥମେ ତା ସ୍ବରରୁ ଜାଣିଲେ, ପରେ  ଗାଁ ଲୋକଙ୍କ ମଧ୍ୟରେ ଏହି ଖବର ପହଁଚିଥିଲା କି  ରାହୁଲ ଗାତ ଭିତରେ ଖସିପଡ଼ିଛି ।  ଏହା ପରେ ପୋଲିସ ଏବଂ ପ୍ରଶାସନରେ ପାଖରେ  ପହଞ୍ଚିଥିଲା ଏହି ଖବର । ରାହୁଲଙ୍କୁ ସନ୍ଧ୍ୟା 5 ଟାରୁ ବଞ୍ଚାଇବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ପାଞ୍ଚ ଦିନ, ଚାରି ରାତି ସମେତ 105 ଘଣ୍ଟାର ଅପରେସନ୍ ପରେ ଗତକାଲି ମଙ୍ଗଳବାର ରାତି 11:56 ରେ, ରାହୁଲକୁ ଟନେଲ ଦେଇ ବୋରଓ୍ବେଲରୁ ବାହାର କରାଯାଇଥିଲା ଅନ୍ଧାର, କାଦୁଅ ଏବଂ ଆର୍ଦ୍ର ପରିବେଶରେ ରାହୁଲ  ଏକ ସଂକୀର୍ଣ୍ଣ 12 ଇଞ୍ଚ ବୋରଓ୍ବେଲରେ କଦଳୀ ଖାଇବା ଏବଂ ଫଳ ରସ ପିଇବାରେ ବିତାଇଥିଲା  । ମାନସିକ ଭିନ୍ନକ୍ଷମ ଏବଂ ଶ୍ରବଣ-ଦୁର୍ବଳ ପିଲାର ସାହସକୁ ଦେଶ ଆଜି ସମ୍ମାନ ଦେଉଛି । ତାର ଇଚ୍ଛା ହିଁ ତାଙ୍କୁ ସୁରକ୍ଷିତ ରଖିଥିଲା ​​ଏବଂ ଉଦ୍ଧାରକାରୀ ଦଳ ତାକୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ  ।

ପାଞ୍ଚ ଦିନ ଧରି ଜିଲ୍ଲା ପ୍ରଶାସନ, ପୋଲିସ, ଏନଡିଆରଏଫ, ଏସଡିଆରଏଫ ଏବଂ ସେନା କର୍ମଚାରୀ ଅପରେସନ୍ ରାହୁଲ କୁ ଉଦ୍ଧାର କରିବାରେ ବ୍ୟସ୍ତ ଥିଲେ। ସମସ୍ତେ କଠିନ ପରିଶ୍ରମ କରିଥିଲେ  । ଜୁନ୍ 10 ଅପରାହ୍ନ 5 ଟାରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ 100 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ​​ ।

ଏହି ଅପରେସନରେ ଗ୍ରାମବାସୀ ମଧ୍ୟ ପ୍ରଶାସନକୁ ଯଥାସମ୍ଭବ ସାହାଯ୍ୟ କରିଥିଲେ। ପ୍ରଥମ ଦିନରୁ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଦ୍ୱିତୀୟ ଏବଂ ତୃତୀୟ ଦିନରେ  ଗାତ ଖୋଳିବା କାର୍ଯ୍ୟ ଶେଷ ହେଲା ।  ସୋମବାର ଦିନ ଟନେଲିଂ କାର୍ଯ୍ୟ କରାଯାଇଥିଲା, ଯାହା ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା ।  ଅପରାହ୍ନରେ ବୋରଓ୍ବେଲର ଚାରିପଟ ପଥର କାଟିବା କାର୍ଯ୍ୟ କରାଯାଇଥିଲା  ।

ରାହୁଲ ଖାତରେ ପଡ଼ିବାର ଦ୍ୱିତୀୟ ଦିନ ଶନିବାର ଠାରୁ ତାଙ୍କୁ କଦଳି, ଫଳ ଖାଇବାକୁ ଦିଆଯାଇଥିଲା ।  ସୋମବାର ସନ୍ଧ୍ୟାରେ ସେ ଶେଷ ଥର ପାଇଁ  କଦଳି ଖାଇବା ସହ ଫଳରସ ପିଇଥିଲା ।  ମଙ୍ଗଳବାର ଦିନ ସେ ଦିନସାରା କିଛି ଖାଇ ନଥିଲା। ରବିବାର ଦିନ, ସେ କଦଳି ଚୋପାକୁ ବାକ୍ସରେ ଉପରକୁ  ପଠାଇଥିଲା । ବୋରଓ୍ବେଲରୁ ପାଣି ଖାଲି କରିବାରେ ମଧ୍ୟ ସାହାଯ୍ୟ କରିଥିଲା ରାହୁଲ ।

ଅପରେସନ୍ ରାହୁଲ ସମୟରେ କଲେକ୍ଟର ଜିତେନ୍ଦ୍ର କୁମାର ଶୁକ୍ଲା ଏବଂ ଏସପି ବିଜୟ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ନିଜେ କ୍ୟାମ୍ପରେ କିଛି ମୁହୂର୍ତ୍ତ ବିଶ୍ରାମ ନେବା ପରେ ସେ ପୁଣି କାମ କରୁଥିଲେ  । ଦଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେବା, ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ଏବଂ ଅପରେସନକୁ ଆଗକୁ ନେବା ପାଇଁ ସେ କଠିନ ପରିଶ୍ରମ କରିଥିଲେ  । ଏହି ସମୟ ମଧ୍ୟରେ ପ୍ରବଳ ସୂର୍ଯ୍ୟକିରଣ ଏବଂ 45 ଡିଗ୍ରୀ ତାପମାତ୍ରା ଯୋଗୁଁ ଏସପି ବିଜୟ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା, କିନ୍ତୁ ସେ ଆଗରେ ରହି ସବୁ ବୁଝୁଥିଲେ । ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି ରଖିଥିଲେ।

ରାହୁଲଙ୍କ ପରିବାର ଲୋକଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ପରାମର୍ଶ ଏବଂ ଶକ୍ତି ଯୋଗାଇଥିଲେ । ରାହୁଲଙ୍କ ମା ଏବଂ ଜେଜେମାଙ୍କୁ ଆମ୍ବୁଲାନ୍ସରେ ରଖାଯାଇଥିଲା ଯାହାଫଳରେ ସେମାନେ ବିଲାସପୁରକୁ ଯିବାବେଳେ  ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ଶୀଘ୍ର ଯାଇପାରିବେ  ।

 

ବୋରଓ୍ବେଲରେ ପଡ଼ିଥିବା ବାଳକକୁ  ବଞ୍ଚାଇବା ପାଇଁ ଏହା ହେଉଛି ଦେଶର ସବୁଠାରୁ ବଡ ଅପରେସନ୍ । ଏହାପୂର୍ବରୁ, 2006 ମସିହାରେ, ହରିୟାଣାର କୁରୁକ୍ଷେତ୍ରର ହାଲଡେହେରୀ ଗାଁରେ ପ୍ରିନ୍ସ ନାମକ ଜଣେ ବାଳକ ଏକ ବୋରଓ୍ବେଲରେ ପଡ଼ି ଲାଇମଲାଇଟକୁ ଆସିଥିଲା ।  ଏହି ଅପରେସନ୍ 50 ଘଣ୍ଟା ନେଇଥିଲା ଚାଲିଥିଲା ।  ତେବେ ଏହା ହେଉଛି ସବୁଠାରୁ ବଡ ଅପରେସନ୍  ।

ରାହୁଲଙ୍କୁ ଉଦ୍ଧାର କରିବା ପାଇଁ, ଜୁନ୍ 12, ରବିବାର ଦିନ, ରୋବଟ୍ ଇଞ୍ଜିନିୟର ମହେଶ ଅହିରଙ୍କ ନେତୃତ୍ୱରେ  ଗୁଜୁରାଟରୁ ଆସିଥିଲେ । ରାହୁଲକୁ ବାହାରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ରାହୁଲ ବସିଥିବା ବେଳେ ଆସିପାରିଲା ନାହିଁ। ସେ ଶୁଣିପାରୁ ନଥିବାରୁ ଏବଂ କହିପାରୁ ନଥିବାରୁ ତେଣୁ ସେ ଦଉଡି ଧରି ନଥିଲା ଏବଂ ରୋବୋଟିକ୍ ଦଳ ରାହୁଲଙ୍କୁ ବାହାର କରିବାରେ ସଫଳ ହୋଇପାରିନଥିଲା ।

ଏହି ପାଞ୍ଚ ଦିନରେ ବାଳକ ରାହୁଲ ବହୁତ ସାହସ ଦେଖାଇଛି । ସେ ଏହି ପ୍ରମାଣ ଦେଖାଇଛି ଯେ ଧର୍ଯ୍ୟ ସାହାସ ବଳରେ ଜୀବନକୁ ଜିତି ହୁଏ । 105 ଘଣ୍ଟା ପରେ ରାହୁଲଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ବିଷୟରେ ପୂରା ଛତିଶଗଡ ଏବେ ଉତ୍ସବ ପାଳନ କରୁଛି, ନେତା, ଅଭିନେତା, ସାଧାରଣ ଜନତା ସମସ୍ତେ ଏହି ଅପେରସନକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.