Latest Odisha News

BREAKING NEWS

ମେଡିକାଲର ଶୌଚାଳୟରୁ କଙ୍କାଳ ଠାବ, କାହାର କଙ୍କାଳ ଅସ୍ପଷ୍ଟ…

ବଲାଙ୍ଗିର: ପାଟଣାଗଡ଼ ଥାନା ଭଇଁଶା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କ୍ୟାମ୍ପସରେ ଏକ ପରିତ୍ୟକ୍ତ ଶୌଚାଳୟରେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ୩ଟି କଙ୍କାଳ ଠାବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

କଙ୍କାଳଟି ମଣିଷ ଛୁଆ କିମ୍ବା ମାଙ୍କଡ଼ ଛୁଆର ବୋଲି ସନ୍ଦେହ କରାଯାଉଛି। ତେବେ ଏସବୁ କଙ୍କାଳ କାହାର। କେଉଁଠୁ ଆସିଲା ଏହି କଙ୍କାଳ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନାଥାଉକି, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପୁରୁଣା ପରିତ୍ୟକ୍ତ ଶୌଚାଳୟରୁ ୩ଟି କଙ୍କାଳ ଠାବ ହୋଇଛି । ରବିବାର ସକାଳୁ କିଛି ଗ୍ରାମବାସୀ ଏହାକୁ ଦେଖିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଦେଖିବା ସହ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ଖବର ପାଇ ପାଟଣାଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.