Latest Odisha News

ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା କାରଣରୁ ଚର୍ମରେ ଅନେକ ସମସ୍ୟା ଦେଖାଦିଏ । ଏଭଳି ପରିବର୍ତ୍ତିତ ଋତୁରେ ତ୍ଵଚା ସହିତ ଓଠର ଉପରେ ବି ପ୍ରଭାବ ହୋଇଥାଏ ।

ଖରାଦିନେ ସନ୍ ଟ୍ୟାନ ହେବା ସ୍ୱଭାବିକ କଥା । ସେଥିପାଇଁ ବହୁତ କମ୍ପାନି ବହୁତ ସାରା ସନସ୍କିନ୍ ଲୋସନ କ୍ରିମ୍ ବାହର କରିଛନ୍ତି । ଆପଣ ସନସ୍କିନ୍ ଲୋସନ ଲଗାନ୍ତୁ ନଚେତ୍ ଘରୋଇ ଉପଚାର ଆପଣାଇ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଖରାଦିନେ ମୁହଁକୁ ସବୁବେଳେ ପରିଷ୍କାର ରଖନ୍ତୁ । ଝାଳ ଓ ପ୍ରଦୃଷଶ ଠାରୁ ଦୂରେଇ ରହିବା ଉଚିତ୍ । ଏଥିପାଇଁ ମୁହଁକୁ ଦିନକୁ ୩ ରୁ ୪ ଥର ଭଲଭାବରେ ଧୋଇବା ଉଚିତ୍ । ବେସନ, ହଳଦି, ଲେମ୍ବୁ,ଦହି, ମୁଲତାନି ମାଟି, ଚନ୍ଦନ, ଗୋଲାପ ଜଳ  ଇତ୍ୟାଦି ଗୋଳାଇ ଫେସ୍ ପ୍ୟାକ୍ ଲଗାଇ ପାରିବେ ।

ଯଦି ଆପଣ କିଛି ମଶ୍ଚରାଇଜର ବ୍ୟବହାର କରନ୍ତି ନାହିଁ ତେବେ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ରଖେ। ଚର୍ମ ଶୁଷ୍କ ହୁଏ ନାହିଁ କିମ୍ବା କୁଞ୍ଚନକୁ ରୋକାଯାଇପାରିବ। ଏକ ଭଲ ଗୁଣବତ୍ତା ହାଲୁକା ମଶ୍ଚରାଇଜର ପ୍ରୟୋଗ ନିଶ୍ଚିତ କରନ୍ତୁ। ଦାଗ, ବ୍ରଣ, ଶୁଷ୍କତା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଖରାରେ ଅଧିକ ଯିବା ଆସିବା କରୁଥିଲେ ସପ୍ତାହକୁ ଥରେ ସ୍କ୍ରବ୍‌‌ ମଧ୍ୟ ବ୍ୟବହାର କରିବା ଲାଭଦାୟକ ହେବ। ଏହାଦ୍ୱାରା ତ୍ୱଚାରେ ପଡିଥିବା ଦାଗ ଏବଂ ମଇଳା ଭଲ ଭାବରେ ସଫା ହୋଇଯିବ। ତ୍ୱଚାରେ ଥିବା ମୃତ କୋଷଗୁଡିକ ମଧ୍ୟ ସ୍କ୍ରବ୍‌‌ ଦ୍ୱାରା ବାହାରି ଆସିଥାଏ। ଆପଣଙ୍କ ତ୍ୱଚା ମଧ୍ୟ ବହୁତ ପରିସ୍କାର ଦେଖାଯିବ।

Comments are closed.