Latest Odisha News

BREAKING NEWS

ବାଂଲାଦେଶ ସମ୍ମୁଖରେ ୨୮୦ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚାରିଥ ଆଶଲଙ୍କାଙ୍କ ଶତକ ବଳରେ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ଶ୍ରୀଲଙ୍କା ୨୮୦ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ଶ୍ରୀଲଙ୍କା ୩୦୦ରୁ ଊର୍ଦ୍ଧ୍ୱ ରନ କରିବା ବୋଲି ଆଶା କରାଯାଉଥିଲା । ମାତ୍ର ଉଚିତ ସମୟରେ ଆଞ୍ଜେଲୋ ମାଥ୍ୟୁସ ଟାଇମ ଆଉଟ ହେବା ପରେ ଦଳ ୨୭୯ ରନରେ ସୀମିତ ରହି ଯାଇଥିଲା । ଆଶଲାଙ୍କା ୧୦୮, ସଦୀରା ସମରବିକ୍ରମ ୪୧ ଓ ଧନଞ୍ଜୟ ଡିସଲଭା ୩୪ ରନର ଇନିଂସ ଖେଳିଥିଲେ । ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ଶାକିବ ୩ଟି ଏବଂ ଶଫିଉଲ ଇସଲାମ ଓ ଶକୀବ ଉଲ ହାସନ ୨ଟି ଲେଖାଁଏ ୱିକେଟ ନେଇଥିଲେ ।

ଟସ ଜିତି ବାଂଲାଦେଶ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଶ୍ରୀଲଙ୍କା ୭ ମ୍ୟାଚରୁ ୪ ପଂଏଟ ହାସଲ କରିଥିବାରୁ କାଗଜ କଲମ ଏବଂ ଗଣିତରେ ଏବେ ବି ସାମାନ୍ୟ ସେମିଫାଇନାଲ ପ୍ରବେଶ ଆଶା ରହିଛି । ଅପରପକ୍ଷରେ ବାଂଲାଦେଶ ୭ ମ୍ୟାଚରୁ ୨ ପଂଏଟ ହାସଲ କରି ଏହି ଦୌଡରୁ ବାଦ ପଡିସାରିଛି ।

Leave A Reply

Your email address will not be published.