Latest Odisha News

BREAKING NEWS

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି ଇଣ୍ଡିଆ ମେଣ୍ଟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛି।

ଅଖିଲେଶ କଂଗ୍ରେସକୁ ଚାଲୁ ପାର୍ଟି ବୋଲି କହିଛନ୍ତି। ଏମପିରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ଅଖିଲେଶ କଂଗ୍ରେସକୁ ଚାଲୁ ପାର୍ଟି ବୋଲି କହିଛନ୍ତି। ଯେଉଁ ଦଳ ତାଙ୍କୁ ଠକି ପାରିଲା ସେ ଦଳ ସାଧାରଣ ଲୋକଙ୍କୁ ମଧ୍ୟ ଠକି ପାରିବ ବୋଲି ସେ କହିଛନ୍ତି।

ସେହିପରି ରାସନରେ କେହି କିଛି ପାଉନାହାନ୍ତି। ସେଥିପାଇଁ ବିଜେପିକୁ ମଧ୍ୟ ଭୋଟ ଦେବାକୁ ବାରଣ କରିଛନ୍ତି ଅଖିଲେଶ। କଂଗ୍ରେସକୁ ମଧ୍ୟ ଭୋଟ ନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

ତେଣୁ କଂଗ୍ରେସକୁ ଏକ ଠକ ଦଳ ବୋଲି କହିବା ସହ ଲୋକଙ୍କୁ ସତର୍କ ରହିବାକୁ ଟିକମଗଡରେ ଆହ୍ୱାନ ଦେଇଛନ୍ତି ଅଖିଳେଶ। ଏପିରିକି ଯେଉଁ ଜାତିଗତ ଜନଗଣନାକୁ ନେଇ କଂଗ୍ରେସ ମାହୋଲ ପ୍ରସ୍ତୁତ କରୁଛି ସେହି ପ୍ରସଙ୍ଗ ନେଇ ଅଖିଳେଶ କଂଗ୍ରେସକୁ ଘେରିଛନ୍ତି।

ସେମାନଙ୍କର ଭୋଟ ବ୍ୟାଙ୍କ ବିଜେପିକୁ ଚାଲିଯାଇଥିବାରୁ ସେମାନେ ଏହାକୁ ଫେରିପାଇବାକୁ ଜାତିଗତ ଜନଗଣନା ଦାବି କରୁଥିବା କୁହାଯାଇଛି। ମଧ୍ୟପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ପ୍ରସଙ୍ଗକୁ କଂଗ୍ରେସ ମନା କରିବା ପରେ ଅଖିଳେଶ ଏହାକୁ ବିଶ୍ୱାସଘାତ ବୋଲି କହି ଲଗାତର କଂଗ୍ରେସକୁ ଟାର୍ଗେଟ କରି ଆସୁଛନ୍ତି।

ଏପରିକି ଖାଲି ସେତିକି ନୁହେଁ ଯେଉଁ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଇଣ୍ଡିଆ ମେଣ୍ଟ ଆଗଉଛି ତାକୁ ନେଇ ମଧ୍ୟ କଡା ଟିପ୍ପଣୀ ରଖିଛନ୍ତି ଅଖିଳେଶ ଯାଦବ। ୟୁପିର ସମସ୍ତ ୮୦ ଟି ଲୋକସଭା ସିଟ ପାଇଁ ତାଙ୍କ ଦଳ ପ୍ରସ୍ତୁତି କରୁଛି ବୋଲି ସେ କହିଛନ୍ତି।

କାହା ସହ ମେଣ୍ଟ କରାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ବିଚାର କରାଯିବ ବୋଲି ସେ କହିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି କି ରାଜନୀତିରେ ଶିକ୍ଷା ମିଳିବା ଉଚିତ ଯାହା ଫଳରେ ଆଗକୁ ବଢିହେବ।

ତେଣୁ ଅଖିଲେଶଙ୍କ ଏଭଳି ମନ୍ତବ୍ୟ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିବାକୁ ବିଜେପିକୁ ସୁଯୋଗ ଦେଇଛି। ବିରୋଧୀ ଦଳ ଗୁଡିକ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜ୍ୟରେ ନିଜ ନିଜ ମଧ୍ୟରେ ଲଢେ଼ଇ କଲେଣି। ତେଣୁ ଏହାକୁ ଇଣ୍ଡି ଜିରୋ ମେଣ୍ଟ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏ ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଆଗକୁ ଇଣ୍ଡିଆ ମେଣ୍ଟ ମଧ୍ୟରେ ଚାଲିଥିବା ଲଢେଇ କିଭଳି ରୂପ ନେଉଛି ତା ଉପରେ ନଜର।

Leave A Reply

Your email address will not be published.