Latest Odisha News

ଜାଡେଜାଙ୍କ ସ୍ମରଣୀୟ ଇନିଂସ, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ମଜଭୁତ ସ୍ଥିତିରେ ରହିଛି । ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୧୭୫ରନ ସହାୟତାରେ ଭାରତ ପ୍ରଥମ ଇନିଂସରେ ୮ୱିକେଟ ବିନିମୟରେ ୫୭୪ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା ।ଜବାବରେ ଶ୍ରୀଲଙ୍କା ୪ ୱିକେଟ ବିନିମୟରେ ୧୦୮ ରନ କରି ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି । ପ୍ରଥୁମା ନିଶଙ୍କା ୨୬ ଓ ଚରିଥ ଅସଲଙ୍କା ୧ ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଏବଂ ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

ପୂର୍ବରୁ ଭାରତର ପ୍ରଥମ ଇନିଂସରେ ରିଷଭ ପନ୍ତ ୯୬ ରନ କରି ଶତକ ହାସଲରୁ ବଂଚିତ ହୋଇଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୧୦୦ତମ ଟେଷ୍ଟରେ ପ୍ରଥମ ଇନିଂସରେ ଶତକ ହାସଲ କରି ନ ପାରି ୪୫ ରନରେ ଆଉଟ ହୋଇ ଯାଇଥିଲେ ।

Comments are closed.