Latest Odisha News

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବି କହିଲେ ୪୦୦ ପାର ସ୍ଲୋଗାନ ମହଙ୍ଗା ସାବ୍ୟସ୍ତ ହେଲା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ୪୦୦ ପାର ସ୍ଲୋଗାନ ଏନଡିଏ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି କହିଛନ୍ତି । ଏହି ସ୍ଲୋଗାନ ଯୋଗୁ ଲୋକଙ୍କ ମନରେ ଅନେକ ପ୍ରକାରର ଭୟ ଜାଗ୍ରତ ହେଲା । ସମ୍ବିଧାନ ବଦଳିବା ଓ ଆରକ୍ଷଣ ହଟିବା ଆଶଙ୍କା ମଧ୍ୟ ସେମାନଙ୍କୁ ଘାରିଲା । ଅବଶ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏହି ସ୍ଲୋଗାନା ଉପରେ ଚର୍ଚ୍ଚା ବନ୍ଦ କରି ଦିଆଯାଇଥିଲା । ବିରୋଧୀ ଦଳ ଏ ନେଇ ମତଦାତାଙ୍କୁ ବିଭ୍ରାନ୍ତ କରିବାରେ ସଫଳ ହେଲେ । ଯାହା ଫଳରେ କେତେକ ସ୍ଥାନରେ ଆମେ ନିଶ୍ଚିତ ବିଜୟ ହାସଲରୁ ବଂଚିତ ହୋଇଥିଲୁ ।

ଏକନାଥଙ୍କ ଶିବସେନା ମହାରାଷ୍ଟ୍ରର ୪୮ ଲୋକସଭା ସିଟରୁ ୭ଟିରେ ବିଜୟୀ ହୋଇଥିଲା । ବିଜେପି ୯ ଓ ଅଜିତ ପାୱାରଙ୍କ ଏନସିପି ଗୋଟିଏ ସିଟ ଜିତିଥିଲା । ଅପରପକ୍ଷରେ ବିପକ୍ଷ ଗଠବନ୍ଧନରୁ କଂଗ୍ରେସ ୧୩, ଉଦ୍ଧବ ଠାକରେଙ୍କ ଶିବସେନା ୯ ଓ ଶରଦ ପାୱାରଙ୍କ ଏନସିପି ୮ଟି ସିଟ ଜିତିଛି ।

Leave A Reply

Your email address will not be published.