Latest Odisha News

BREAKING NEWS

ରାଜଧାନୀରେ ଟିକାକରଣ ଲାଗି ୧୮ରୁ ୪୪ ବୟସ୍କ କରିପାରିବେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଙ୍ଗଳବାର ସୂଚନା ଦେଇଛି ଯେ ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ବିଏମ୍ସି ସୂଚନା ଦେଇଛି।

ଏହି ଟିକାକରଣ ଚାରୋଟି କେନ୍ଦ୍ରରେ କରାଯିବ – ୟୁପିଏଚ୍‌ସି, ୟୁନିଟ୍- ୩, ପୋଖରିପୁଟ, ୟୁପିଏଚ୍‌ସି, ଘାଟିକିଆ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍, ୟୁନିଟ୍-୬।

Leave A Reply

Your email address will not be published.