କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଟିମ ଏବେ ପାକିସ୍ତାନ ଗସ୍ତରେ ରହିଛି । ନଭେମ୍ବର ୧୨ରେ ଇସଲାମବାଦରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏହା ପରେ ଶ୍ରୀଲଙ୍କାର କେତେକ ଖେଳାଳି ଖେଳିବାକୁ ମନା କରିଥିଲେ । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଓ ଅସିଫ ମୁନୀର ସୁରକ୍ଷା ଦାୟିତ୍ୱ ନେବା ପରେ ଏହି ସିରିଜ ଆରମ୍ଭ ହୋଇଥିଲା । ଏବେ ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ଶାହୀନ ଆଫ୍ରିଦୀ ତାଙ୍କ ଘରେ ଶ୍ରୀଲଙ୍କା ଖେଳାଳିଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ । ଏହି ଭୋଜି ପରେ ଅଧିନାୟକ ଚରିଥ ଅସଲଙ୍କା ଓ ବୋଲର ଅସିଥା ଫର୍ଣ୍ଣାଣ୍ଡୋ ଅସୁସ୍ଥ ହୋଇ ପଡିଛନ୍ତି । ସେମାନେ ଶ୍ରୀଲଙ୍କା ପ୍ରତ୍ୟାବର୍ତନ କରିଛନ୍ତି ।
ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ସେମାନେ ଖେଳିବେନି । ଅସଲଙ୍କାଙ୍କ ସ୍ଥାନରେ ଦସୁନ ଶନକାଙ୍କୁ ଅଧିନାୟକ କରାଯାଇଛି । ସେହିପରି ଫର୍ଣ୍ଣାଣ୍ଡୋଙ୍କ ସ୍ଥାନରେ ପବନ ରତ୍ନାୟକେ ଦଳରେ ସାମିଲ ହୋଇଛନ୍ତି । ପିସିବି ଶ୍ରୀଲଙ୍କା ଓ ଜିମ୍ବାୱେ ସହ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ କରାଯାଇଛି । ନଭେମ୍ବର ୧୭ ବଦଳରେ ଏବେ ଏହା ୧୮ରେ ଆରମ୍ଭ ହେବ ।
Comments are closed.