ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ ଏସ୍ଏମ୍ କ୍ରିଷ୍ଣା । ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ସେ ।
ସୂଚନା ଅନୁସାରେ, ଏସ ଏମ୍ କ୍ରୀଷ୍ଣା ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସକାଳ ୨ଟା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ମୃତଦେହକୁ ତାଙ୍କ ପୈତୃକ ଗାଁ ମଦଦୁରକୁ ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ସୂଚନାଯୋଗ୍ୟ, ଏସ ଏମ୍ କ୍ରୀଷ୍ଣା ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲିରେ ପରିଣତ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୁମିକା ତୁଲାଇଥିଲେ । ୨୦୨୩ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
Comments are closed.