Latest Odisha News

ପାଓ୍ୱାର ଟାଓ୍ୱାରରେ ଲାଗିଲା ବିମାନ, ୯୦ହଜାର ଅନ୍ଧାରରେ କାଟିଲେ ରାତି

ଓ୍ୱାଶିଂଟନ: ଆମେରିକାରେ ବିଦ୍ୟୁତ ଟାଓ୍ୱାରରେ ଲାଗିଲା ବିମାନ । ପ୍ରାୟ ୯୦ ହଜାର ଲୋକ ଅନ୍ଧାରରେ କାଟିଥିଲେ ରାତି । ମୋଣ୍ଟେଗୋମରି କାଉଣ୍ଟିରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ୍ ତାରରେ ଝୁଲିପଡିଥିଲା । ଫଳରେ କରେଣ୍ଟ କଟ୍ ହୋଇ ସହର ପୂରା ଅନ୍ଧାର ହୋଇଯାଇଥିଲା । ବିମାନରେ ୨ଜଣ ଥିଲେ ବି ସେମାନେ ସୁରକ୍ଷିତ ଥିବା ଜଣଆପଡିଛି ।

ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ ଅନୁସାରେ, ସିଙ୍ଗଲ ଇଞ୍ଜିନର ବିମାନ ରବିବାର ସନ୍ଧ୍ୟାରେ ମୋଣ୍ଟେଗୋମରି କାଉଣ୍ଟି ଏୟାରପାର୍କ ନିକଟରେ ବିଦ୍ୟୁତ୍ ଲାଇନ୍ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଓ୍ୱାର ଟାଓ୍ୱାରର ୧୦୦ ଫୁଟ୍ ଉଚ୍ଚରେ ବିମାନଟି ଲାଖି ଯାଇଥଇଲା । ବିମାନରେ ୨ଜଣ ବସିଥିଲେ । ସେମାନେ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ଅତି କଷ୍ଟରେ ଉଦ୍ଧାର କରାଯାଇଥିଲା। ସାମାନ୍ୟ ବର୍ଷା ପାଇଁ ପାଗ ଖରାପ ହୋଇଥିବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଏଫଏଏ ସୂଚନା ଦେଇଛି ।

Leave A Reply

Your email address will not be published.