Latest Odisha News

BREAKING NEWS

ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ, ବିଜେପି ଦେଲା ଏତଲା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଗସ୍ତରେ ଥିବା ୨ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଗୁଇନ୍ଦା ଗିରି ସନ୍ଦେହ । ସୋହେଲାରେ ଜଣେ କର୍ମୀଙ୍କ ଘରେ ଖାଉଥିଲେ ୨ କେନ୍ଦ୍ରମନ୍ତ୍ରୀ । ସାଂସଦ ସୁରେଶ ପୂଜାରି, ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

ଏହି ସମୟରେ ଜଣେ ଅପରିଚିତ ବ୍ୟକ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉତ୍ତୋଳନ କରୁଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇ ପଚାରିବାରୁ ନିଜକୁ ଜିଲ୍ଲା ଗୁଇନ୍ଦା ବ୍ୟୁରୋ ଅଧିକାରୀ ବୋଲି କହିଥିଲେ । ତେବେ ବିବାଦ ଉପୁଜିବାରୁ ସେ ଦୌଡ଼ି ପଳାଇଥିଲେ । ହେଲେ ଖସିପଡିଥିଲା ତାଙ୍କର ଆଇଡି କାର୍ଡ ଓ କିଛି କାଗଜପତ୍ର ।

ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ଭୋଜରାଜ ଦାସ ବୋଲି ଲେଖାଯାଇଛି । ବିଜେପି ମହଲରେ ଏହାକୁ ନେଇ ଚିନ୍ତା ବଢିଛି । ପଦ୍ମପୁର ଟାଉନ ଥାନାରେ ଏତଲା ଦେଇଛି ଦଳ । ପଦ୍ମପୁର ଏସଡିପିଓ ଏହାର ତଦନ୍ତ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.