ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରୁ ନାହାନ୍ତି ଏହି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ଫଳରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ଏହାର ପ୍ରତିବାଦରେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଧାରଣା ଦେଇଥିଲେ ।
ସଂଘ ପକ୍ଷରୁ କୁହାଯାଇଛି, ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି । ହେଲେ ଧର୍ମଘଟ ନାଁରେ ଏମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏପରିକି ଏମାନେ ଅଟୋ ଚାଳକଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି । ଏହାର ପ୍ରତିବାଦରେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖି ଚାଳକମାନେ ଧାରଣାରେ ବସିଥିଲେ ।
ଏହି ଧାରଣା ପ୍ରତ୍ୟାହୃତ ହୋଇଥିବା ସଂଘ ପକ୍ଷରୁ ସୂଚନା ଦେଇଛନ୍ତି ସଭାପତି ଦୀନବନ୍ଧୁ ନାୟକ ସୂଚନା । ଡିଜିପି ଓ ସିପିଙ୍କୁ ଭେଟି ଆଲୋଚନା କରିବା ପରେ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି ।
ସୂଚନା ଥାଉ କି, ଡ୍ରାଇଭର ମହାସଂଘ ପକ୍ଷରୁ ଗତକାଲି ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଥିଲେ ହେଁ ଏଥିରେ ସାମିଲ ହୋଇନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ସେଥିପାଇଁ ଏହି ଅନଲାଇନ ଅଟୋସଂଘ ଚାଳକଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା । କେଉଁଠି ସେମାନଙ୍କୁ ଫୁଲମାଳ ପିନ୍ଧା ଯାଇଥିଲା ତ କେଉଁଠି ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଥିବା ଏକ ପ୍ଲେଟ ଧରାଯାଇ ଫଟୋ ଉଠାଇ ଏହାକୁ ଭାଇରାଲ କରାଯାଇଥିଲା ।
Comments are closed.