Latest Odisha News

ମାଛ ରାନ୍ଧିବା ପରେ ମାଛ ବାସନା ଘରୁ ଯାଉନି? ଆପଣାନ୍ତୁ ଏହି ସହଜ ଉପାୟ ..

ଭୁବନେଶ୍ବର: ଆପଣ ମାଛ ଖାଇବାକୁ ଭଲ ପାଆନ୍ତି କି? ତାହେଲେ ଘରେ ମାଛ ରାନ୍ଧୁଥିବେ, ମାତ୍ର ମାଛ ରାନ୍ଧିବା ପରେ ତାର ବାସନା ଘରୁ ଯାଉନାହିଁ ଶୀଘ୍ର ସେଥିପାଇଁ ଟେନସନ ନେଉଛନ୍ତି କି ।
ତେବେ ଟେନସନ ନିଅନ୍ତୁ ନାହିଁ । କାରଣ ଆମେ ଆପଣଙ୍କୁ ସହଜ ଟିପ୍ସ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ମାଛ ରାନ୍ଧିବା ପରେ ମାଛ ବାସନାକୁ ଘରୁ ଦୂର କରି ପାରିବେ..

-ଯେତେବେଳେ ବି ଆପଣ ମାଛ ରାନ୍ଧିବାକୁ ଯାଉଛନ୍ତି, ନିଶ୍ଚିତ କରନ୍ତୁ ଯେ ରୋଷେଇ ଘରର ଝରକା ଖୋଲା ଅଛି କି ନାହିଁ , ସେଠାରେ ଥିବା ଧୂଆଁ ନିଷ୍କାସିତ ଫ୍ୟାନ ଅନ୍ ଅଛି କି ନାହିଁ । ଏହିପରି କଲେ, ପ୍ରଥମରୁ ହିଁ ମାଛ ବାସନା କମ୍ ରହିବ ଓ କିଛି ସମୟରେ ମାଛର ବାସନ ଘରୁ ବାହାରି ଯିବ ।

-ଏକ ପ୍ୟାନରେ ପାଣି ଢାଳନ୍ତୁ ଏବଂ ଏହାକୁ ଫୁଟିବାକୁ ଦିଅନ୍ତୁ । ଏଥିରେ ଦୁଇରୁ ତିନି ଚାମଚ ଭିନେଗାର ଢାଳନ୍ତୁ । ପ୍ୟାନରେ ଅଳ୍ପ ପାଣି ନହେବା ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ । ଏହି ଜଳ ଏବଂ ଏଥିରୁ ବାହାରୁଥିବା ବାଷ୍ପ ମାଛର ବାସନାକୁ ହ୍ରାସ କରିବ ।

– ଆପଣଙ୍କୁ ଘରକୁ ସୁଗନ୍ଧମୟ କରିବାକୁ ଚାହୁଁଛନ୍ତି ତେବେ ଭିନେଗାର ପାଣି ଫୁଟିବାବେଳେ ପାଣିରେ ଡାଲଚିନି ଖଣ୍ଡ ପକେଇ ଦିଅନ୍ତୁ । ଏଥିସହ ଆପଣ ଏଥିରେ କିଛି ବୁନ୍ଦା ଆସେନସିଆଲ ଅଏଲ ବି ପକେଇ ପାରିବେ । ରୋଷେଇ ଘର ସହ ଆପଣଙ୍କ ସମସ୍ତ ରୁମ୍ ମହକି ଉଠିବ ।

-ଯଦି ଆପଣ ଚାହାଁନ୍ତି, ଆପଣ ଏୟାର ଫ୍ରେସନର ମଧ୍ୟ ବ୍ୟବହାର କରିପାରିବେ । ମାଛ ରାନ୍ଧିବା ପରେ ଏହାକୁ ତୁରନ୍ତ ବ୍ୟବହାର କରନ୍ତୁ ନାହିଁ । କିଛି ସମୟ ପାଇଁ ଫ୍ୟାନ୍ ଚଲାନ୍ତୁ ଏବଂ ତା’ପରେ ଫ୍ରେସନର ବ୍ୟବହାର କରନ୍ତୁ । ଏହି ସୁଗନ୍ଧ ଫ୍ୟାନର ପବନରେ ଚାରିଆଡେ ଖେଳେଇ ଯିବ ଓ ମାଛର ବାସନାକୁ ସମଗ୍ର ଘରୁ ବାହାର କରିଦେବ ।

-ଯଦି ଆପଣ ଚାହାଁନ୍ତି, ଆପଣ ସୁଗନ୍ଧିତ ମହମବତୀ ମଧ୍ୟ ବ୍ୟବହାର କରିପାରିବେ । ଅବଶ୍ୟ, ଏହି ପଦ୍ଧତିରେ ଟିକିଏ ଅଧିକ ସମୟ ଲାଗିବ । କାରଣ ମହମ ତରଳିଯିବା ପରେ , ସୁଗନ୍ଧ ବିସ୍ତାର ହେବା ପାଇଁ ସମୟ ଲାଗେ ।

 

 

Comments are closed.