Latest Odisha News

BREAKING NEWS

ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ନିଜ ଦେଶର ମହାନ ଖେଳାଳି ସର ଡାନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ସ୍ମିଥ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି । ଏଥିସହ ସେ ବ୍ରାଡମ୍ୟାନଙ୍କ ୨୯ ଶତକ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ରିକି ପଂଟି (୪୧) ଓ ଷ୍ଟିଭ ୱ(୩୨)ଙ୍କ ପଛକୁ ସର୍ବାଧିକ ଶତକ ହାସଲରେ ତୃତୀୟ ଅଷ୍ଟ୍ରେଲୀୟ ହୋଇଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୫୧ ଶତକ ହାସଲ କରଛନ୍ତି । ତାଙ୍କ ପଛକୁ ୪୫ ଶତକ ସହ ଦକ୍ଷିଣ ଆଫ୍ରିକର ମହାନ ଅଲରାଉଣ୍ଡର ଜ୍ୟାକ କାଲିସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୪୭୫ ରନ ସଂଗ୍ରହ କରିଛି । ସ୍ମିଥ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଉସମାନ ଖ୍ୱାଜା ୧୯୫ ରନ କରି ଅପରାଜିତ ରହିଛନ୍ତି ।

Leave A Reply

Your email address will not be published.