Latest Odisha News

BREAKING NEWS

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ

ଲାହୋର:ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସ୍ମିଥ ତାଙ୍କ କ୍ୟାରିୟରର ୨୯ତମ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮୭ ଟେଷ୍ଟରେ ୧୫୪ ଇନିଂସରେ ୬୦ ଆଭରେଜରେ ଓଭରାଲ ୮୧୬୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୬ ଅର୍ଦ୍ଧଶତକ ସାମିଲ । ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଓଭରାଲ ୪୧ ଶତକ ହାସଲ କରି ଭାରତର ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି । ବର୍ତମାନ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସର୍ବାଧିକ ୭୧ ଶତକ ଅର୍ଜନ କରିଛନ୍ତି । ସେ ଦିନିକିଆରେ ୪୩, ଟେଷ୍ଟରେ ୨୭ ଓ ଟି୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି ।

ଓଭରାଲ ସର୍ବାଧିକ ଶତକ ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୩ଟି ଫର୍ମାଟରେ ୧୦୦ ଶତକ ହାସଲ କରିଛନ୍ତି । ୬୬୪ ମ୍ୟାଚରେ ସଚିନ ୪୮.୫୨ ଆଭରେଜରେ ୩୪୩୫୭ ରନ କରିଛନ୍ତି । ସ୍ମିଥ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଶତକ ମାମଲାରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ରିକି ପିଂଟି (୪୧), ଷ୍ଟିଭ ୱ (୩୨), ମାଥ୍ୟୁ ହେଡେନ (୩୦), ସ୍ମିଥ(୨୯) ଓ ଡନ ବ୍ରାଡମ୍ୟାନ ୨୯ ଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.