Latest Odisha News

BREAKING NEWS

ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ କୋହଲିଙ୍କୁ ପଛରେ ପକାଇବେ ସ୍ମିଥ : ଲକ୍ଷ୍ମଣ

ନୂଆଦିଲ୍ଲୀ:ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ ଭାରତର ବିରାଟ କୋହଲି, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ସ୍ମିଥ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ କିଛି ମାତ୍ରାରେ ଆଗରେ ରହିଛନ୍ତି । ସ୍ମିଥ ୬୯ ଟେଷ୍ଟରେ ପ୍ରାୟ ୬୫ ଆଭରେଜରେ ରନ ସଂଗ୍ରହ କରି ଚାଲିଛନ୍ତି । ଯାହାକି ଏତେଟା ସହଜ ନୁହେଁ ।

କ୍ରମାଗତ ସ୍ଥିର ପ୍ରଦର୍ଶନ ସ୍ମିଥଙ୍କୁ କୋହଲି ଓ ୱିଲିୟମସନଙ୍କଠାରୁ ଆଗରେ ରଖୁଛି ବୋଲି ସେ କହିଛନ୍ତି । କେପଟାଉନ ବଲ ଟ୍ୟାମ୍ପରିଂ ଘଟଣାରେ ବାସନ୍ଦ ହୋଇଥିବା ସ୍ମିଥ ଏ ଭଳି ଷ୍ଟାଇଲରେ ପ୍ରତ୍ୟାବର୍ତନ କରିବେ ତାହା କେହି ଭାବି ନ ଥିଲେ । କୋହଲି ୫୪ ଆଭରେଜରେ ଏବଂ ୱିଲିୟମସନ ୫୩ ହାରରେ ରନ ହାସଲ କରିଛନ୍ତି ।

Comments are closed.