ନୂଆଦିଲ୍ଲୀ : ଇଣ୍ଡିଗୋ ରାୟପୁର-ଇନ୍ଦୋର ବିମାନ ମଙ୍ଗଳବାର ଅବତରଣ କରିବା ପରେ ବିମାନର କ୍ୟାବିନ୍ କ୍ରୁରେ ଧୂଆଁ ଦେଖିବାକୁ ମିଳିଥିଲା। ବିମାନ ଚଳାଚଳ ନିୟାମକ ଡିଜିସିଏର ଅଧିକାରୀମାନେ ବୁଧବାର ଏହା କହିଛନ୍ତି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ପାରିଥିଲେ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହି ଘଟଣାର ତଦନ୍ତ କରୁଛନ୍ତି। ଏ ସଂପର୍କରେ ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅଧିକାରୀମାନେ କହିଛନ୍ତି ଯେ A320 ବିମାନ ଅବତରଣ କରିବା ପରେ କ୍ୟାବିନ୍ କ୍ରୁ କ୍ୟାବିନ୍ ଭିତରେ ଧୂଆଁ ଦେଖିଥିଲେ।
ଅନ୍ୟପଟେ ଗତ 18 ଦିନ ମଧ୍ୟରେ ସ୍ପାଇସ୍ ଜେଟ୍ ବିମାନରେ 8ଟି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନ ଚଳାଚଳ ନିୟାମକ ଡିଜିସିଏ ବୁଧବାର ସ୍ପାଇସ୍ ଜେଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
Comments are closed.