ନୂଆଦିଲ୍ଲୀ: ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଆଜି ବଡ ବିଜୟ ହୋଇଛି । ଦିଲ୍ଲୀ ହାଇକୋର୍ଟ ଗୋଆ ବାର ବିବାଦ ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ ଏହି ବାରର ଲାଇସେନ୍ସ ନାହିଁ । ଏପରିକି ଏହି ଜମିର ମାଲିକାନାରେ ମଧ୍ୟ ସେମାନଙ୍କ ନାଁ ନାହିଁ । କଂଗ୍ରେସ ନେତା ସ୍ମୃତିଙ୍କ ଝିଅ ବେଆଇନ ବାର ଚଳାଉଥିବା ଦାବୀ କରିଥିଲେ । କିନ୍ତୁ ବିଜେପି ନେତ୍ରୀ ପ୍ରଥମରୁ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ, ଏପରି କି କିଛି ନେତାଙ୍କ ବିରୋଧରେ ମାନହାନୀ କେସ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଏବଂ ତାଙ୍କ ଝିଅ ଏହି ବାର ଚଳାଉଥିଲେ । କୋର୍ଟଙ୍କ ନିଷ୍ପତି ପରେ ବିଜେପି ନେତ୍ରୀ ପରବର୍ତୀ ପଦକ୍ଷେପ କଣ ନେବେ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.