ନୂଆଦିଲ୍ଲୀ: ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଆଜି ବଡ ବିଜୟ ହୋଇଛି । ଦିଲ୍ଲୀ ହାଇକୋର୍ଟ ଗୋଆ ବାର ବିବାଦ ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ ଏହି ବାରର ଲାଇସେନ୍ସ ନାହିଁ । ଏପରିକି ଏହି ଜମିର ମାଲିକାନାରେ ମଧ୍ୟ ସେମାନଙ୍କ ନାଁ ନାହିଁ । କଂଗ୍ରେସ ନେତା ସ୍ମୃତିଙ୍କ ଝିଅ ବେଆଇନ ବାର ଚଳାଉଥିବା ଦାବୀ କରିଥିଲେ । କିନ୍ତୁ ବିଜେପି ନେତ୍ରୀ ପ୍ରଥମରୁ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ, ଏପରି କି କିଛି ନେତାଙ୍କ ବିରୋଧରେ ମାନହାନୀ କେସ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଏବଂ ତାଙ୍କ ଝିଅ ଏହି ବାର ଚଳାଉଥିଲେ । କୋର୍ଟଙ୍କ ନିଷ୍ପତି ପରେ ବିଜେପି ନେତ୍ରୀ ପରବର୍ତୀ ପଦକ୍ଷେପ କଣ ନେବେ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
BREAKING NEWS
- ଓଡ଼ିଶାର ଗର୍ବ: ବିରଳ ନମନୀୟ ପିତ୍ତଳ ମାଛ ଶିଳ୍ପ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଜିତିଲେ ଓଡ଼ିଆ କାରିଗର
- ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା, ଭାଙ୍ଗିଲା ପୂଜା ତୋରଣ
- ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଶୃଙ୍ଖଳାରୁ ବାଦ୍ ପଡ଼ିପାରନ୍ତି ପ୍ରସିଦ୍ଧ କ୍ରିଷ୍ଣା
- ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ;୩ ଗୁରୁତର
- ଆଇସିସି ଟି୨୦ର୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଅଭିଷେକ, ଖସିଲେ ଶ୍ରେୟାସ
- ବାତ୍ୟା ଅର୍ଣ୍ଣବ; ୫୦ର ଉର୍ଦ୍ଧ୍ୱ ଟ୍ରେନ୍ ଓ ବିମାନ ବାତିଲ
- କେନ୍ଦ୍ରୀୟ କର୍ମଚାରୀଙ୍କ DA ୩% ବୃଦ୍ଧି କଲେ ସରକାର
- ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ରାଜସ୍ୱ ମନ୍ତ୍ରୀ, ଚାଷୀଙ୍କୁ ମିଳିବ କ୍ଷତିପୂରଣ
- ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଦୁଇଟି ହାଇ-ସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କାରେ ୪୫ରୁ ଅଧିକ ମୃତ

Comments are closed.