ନୂଆଦିଲ୍ଲୀ: ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଆଜି ବଡ ବିଜୟ ହୋଇଛି । ଦିଲ୍ଲୀ ହାଇକୋର୍ଟ ଗୋଆ ବାର ବିବାଦ ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ ଏହି ବାରର ଲାଇସେନ୍ସ ନାହିଁ । ଏପରିକି ଏହି ଜମିର ମାଲିକାନାରେ ମଧ୍ୟ ସେମାନଙ୍କ ନାଁ ନାହିଁ । କଂଗ୍ରେସ ନେତା ସ୍ମୃତିଙ୍କ ଝିଅ ବେଆଇନ ବାର ଚଳାଉଥିବା ଦାବୀ କରିଥିଲେ । କିନ୍ତୁ ବିଜେପି ନେତ୍ରୀ ପ୍ରଥମରୁ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ, ଏପରି କି କିଛି ନେତାଙ୍କ ବିରୋଧରେ ମାନହାନୀ କେସ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଏବଂ ତାଙ୍କ ଝିଅ ଏହି ବାର ଚଳାଉଥିଲେ । କୋର୍ଟଙ୍କ ନିଷ୍ପତି ପରେ ବିଜେପି ନେତ୍ରୀ ପରବର୍ତୀ ପଦକ୍ଷେପ କଣ ନେବେ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.