Latest Odisha News

BREAKING NEWS

୧୫ ବର୍ଷ ପରେ ଟେଲିଭିଜନ ଜଗତକୁ ଫେରିବେ ସ୍ମୃତି ଇରାନୀ!

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍ମୃତି ଇରାନୀଙ୍କୁ ଏକତା କପୁରଙ୍କ ସୋ ‘କ୍ୟୁଙ୍କି ସାସ୍ ଭି କଭୀ ବହୁ ଥି’ରୁ ଏକ ନୂଆ ପରିଚୟ ମିଳିପାରି ଥିଲା । ଏହାପରେ ସ୍ମୃତି ଟେଲିଭିଜନ ଦୁନିଆରୁ ଏକ ପ୍ରକାରର ଦୁରେଇ ଯାଇଥିଲେ l ଏବେ ଦୀର୍ଘ ୧୫ ବର୍ଷ ପରେ ସ୍ମୃତି ଇରାନୀ ପୁଣି ଥରେ ଟେଲିଭିଜନ ଜଗତକୁ ଫେରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ସ୍ମୃତି ଇରାନୀ ଲୋକପ୍ରିୟ ସୋ ଅନୁପମାରେ ଏକ ସ୍ୱତନ୍ତ୍ର କ୍ୟାମୋ କରିବେ ।

ରୁପାଲି ଗାଙ୍ଗୁଲିଙ୍କ ଅନୁପମ ସୋରେ ସ୍କ୍ରିନ୍ ସେୟାର୍ କରିବେ ସ୍ମୃତି ଇରାନୀ l ଏହି ଖବର ପ୍ରକାଶ ପାଇବା ପରେ ଦୁଇ ଅଭିନେତ୍ରୀଙ୍କୁ ଏକାଠି ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ତେବେ ସୋ’ରେ ସ୍ମୃତିଙ୍କ ଏଣ୍ଟ୍ରୀକୁ ନେଇ ଆନୁଷ୍ଠାନିକ ଭାବେ ଏଯାବତ କୌଣସି ସୂଚନା ମିଳିନାହିଁ । ସେପଟେ ସୋ’ ଅନୁପମାରେ ଏବେ 15 ବର୍ଷ ପରର କାହାଣୀ ଦେଖିବାକୁ ମିଳିବ l ସୋ’ରେ ଅନେକ ନୂତନ କଳାକାରଙ୍କ ଏଣ୍ଟ୍ରି ହେବାକୁ ଥିବା ବେଳେ କେତେକ ପୁରୁଣା କଳାକାର ସୋ ଛାଡିଥିବା ନେଇ ସୂଚନା ମିଳିଛି l ତେବେ ରୁପାଲୀ ଗାଙ୍ଗୁଲି, ଅରବିନ୍ଦ ବୈଦ୍ଧ ଏବଂ ଅଳ୍ପନା ବୁଚ ଏବେ ମଧ୍ୟ ସୋ’ ନିଜ ଚରିତ୍ରରେ ଅଛନ୍ତି l

ତେବେ କହିରଖୁଛୁ ଯେ ପ୍ରଥମେ ସ୍ମୃତି ଇରାନୀ ଟିଭି ସିରିଏଲର ଫେମସ୍ ସୋ’ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ l ଘରେ ଘରେ ପରିଚିତ ଏକତା କପୁରଙ୍କ ଏହି ସୋ’ ଦୀର୍ଘ ଦିନ ଧରି ଦର୍ଶକ ମନରେ ରାଜ କରୁଥିଲା । ଏହି ସୋ’ରେ ସ୍ମୃତି ଇରାନୀ ତୁଳସୀ ଚରିତ୍ରରେ ଅଭିନୟ କରିଥିଲେ l ଏ ଧାରାବାହିକଟି ଏତେ ଲୋକ ପ୍ରିୟ ହୋଇଥିଲା ଯେ ଏହାକୁ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାରେ ସ୍ଥାନୀୟ ଭାଷାରେ ଡବିଂ କରି ପ୍ରସାରିତ କରାଯାଇଥିଲା । ତେବେ ଏହି ସୋ’ ପରଠାରୁ ସ୍ମୃତି ଇରାନୀ ଏକ ପ୍ରକାରର ଅଭିନୟ ଜଗତରୁ ସନ୍ୟାସ ନେଇଥିଲେ l ଏବେ ପୁଣି ଠାରେ ସ୍ମୃତିଙ୍କ ଏଣ୍ଟ୍ରି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି l

Leave A Reply

Your email address will not be published.