ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ଖୁବ୍ ଲୋକପ୍ରିୟ ହୋଇପାରିଥିଲା। ସ୍ମୃତି ଇରାନୀ ଏବଂ ଅମର ଉପାଧ୍ୟାୟ ଏହି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହି ଶୋ’ର ଦ୍ୱିତୀୟ ସିଜିନ୍ ଆସିବାକୁ ଯାଉଛି। ଶୋ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି।
ଦ୍ୱିତୀୟ ସିଜିନ୍ରେ ସ୍ମୃତି ଇରାନୀ ଏବଂ ଅମର ଉପାଧ୍ୟାୟ ମଧ୍ୟ ନଜର ଆସିବେ। ସ୍ମୃତି ଶୋ’ରେ ତୁଳସୀ ଭୂମିକାରେ ଅଭିନୟ କରୁଥିବା ବେଳେ ଅମର ” ଭୂମିକାରେ ନଜର ଆସିବେ। ଏବେ ଶୋ’ରୁ ସ୍ମୃତି ଇରାନୀଙ୍କ ଲୁକ୍ ଲିକ୍ ହୋଇଛି। ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ସ୍ମୃତି ଇରାନୀଙ୍କୁ ବାଇଗଣୀ ବର୍ଡର ଥିବା ଶାଢ଼ିରେ ଦେଖିବାକୁ ମିଳୁଛି।
ସେହିପରି ଅମର ଉପାଧ୍ୟାୟ ମଧ୍ୟ ଶୋ’ର ପ୍ରଥମ ଦିନର ସୁଟିଂର ଅଭିଜ୍ଞତା ବିଷୟରେ ବଖାଣିଛନ୍ତି। ସେ କହିଥିଲେ ଯେ ପ୍ରଥମ ଦିନର ସୁଟିଂ ଭଲ ଥିଲା। ପୁଣି ପୁରୁଣା ଦିନ ମନେ ପଡ଼ିଯାଇଛି।
ସୂଚନାଯୋଗ୍ୟ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ପ୍ରଥମ ସିଜିନ୍ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହି ଶୋ’ ୨୦୦୮ ମସିହାରେ ଶେଷ ହୋଇଥିଲା। ଏହି ଶୋ’ର ୧୮୩୩ଟି ଏପିସୋଡ୍ ରହିଥିଲା। ଏହି ଶୋ’କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିଲେ।
Comments are closed.