Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଗୁରୁବାର ଦିନ ପୁଣି ସୁନା ଜବତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ କୁଆଲାମ୍ପପୁରରୁ ଆସୁଥିବା ୨ଜଣ ଯାତ୍ରୀଙ୍କ ଠାରୁ ପାଖାପାଖି ୬୧୨ଗ୍ରାମର ସୁନା ଜବତ କରିଛନ୍ତି କଷ୍ଟମ ଅଧିକାରୀ । ଯାହାର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ । ଏହି ସବୁ ସୁନା କ୍ୟାପସୁଲ ଆକାରରେ କିଛି ପ୍ଲାଷ୍ଟିକ ଡବାରେ ଭର୍ତ୍ତି କାରାଯାଇ ଅଣାଯାଉଥିବା ନେଇ ଜଣାପଡିଛି ।

ସେହିପରି ବୁଧବାର ଦିନ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରା ଯାଇଥିଲା । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଉତ୍ତର ପ୍ରଦେଶର ଜଣେ ଯାତ୍ରୀଙ୍କ ଠାରୁ ୫ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରା ଯାଇଥିଲା ।

Leave A Reply

Your email address will not be published.