Latest Odisha News

BREAKING NEWS

ଜଳଖିଆ ବ୍ୟବସାୟୀଙ୍କ ଠେଲା ଗାଡ଼ିକୁ ଫୋପାଡ଼ିଦେଲେ ବଜାର କମିଟିର ସଦସ୍ୟ

ପାରାଦୀପ: ଜଳଖିଆ ବ୍ୟବସାୟୀଙ୍କୁ ମାଡ଼ ମାରିବା ଅଭିଯୋଗ । ବଜାର କମିଟି ନାମରେ କିଛି ମୁଷ୍ଟିମେୟ ଲୋକଙ୍କ ଗୁଣ୍ଡାଗିରି  । ପାରାଦୀପ ଅଠରବାଙ୍କୀ ମାର୍କେଟରେ ଠେଲା ଜଳଖିଆ ବ୍ୟବସାୟୀର ଦୋକାନ ଭାଙ୍ଗିବା ସହିତ ସମସ୍ତ ଜଳଖିଆ ଫୋପଡ଼ା ଫିଙ୍ଗା କରି ମାଡ଼ ବ୍ୟବସାୟୀଙ୍କୁ ମାଡ଼ ମାରିଲେ । ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ହେବ ଠେଲା ବେପାରୀ ଜଣକ ଅଠରବାଙ୍କୀ ମାର୍କେଟ ରାସ୍ତା ପାର୍ଶ୍ଵରେ ଠେଲା ବେପାର କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ l

ତେବେ ମାର୍କେଟର କିଛି ବ୍ୟକ୍ତି ବାରମ୍ବାର ଦୋକାନ ଉଠାଇବାକୁ  ଧମକ ଦେବା ସହିତ ଗତକାଲି ସନ୍ଧ୍ୟାରେ ଠେଲା ଗାଡିଟିକୁ ଠେଲି ଫୋପାଡ଼ି ଦେଇଥିଲେ l ଆଜି ସକାଳୁ ଠେଲା ବେପାରୀ ଜଣକ ନିଜର ଜଳଖିଆ ଦୋକାନ ଖୋଲି ବେପାର କରୁଥିବା ସମୟରେ ପୁଣି ଥରେ ଦୋକାନୀ ପାଖକୁ ଆସି ଧମକ ଦେବା ସହିତ ସମସ୍ତ ଜଳଖିଆ ପାଇଁ ପ୍ରସ୍ତୁତ ସାମଗ୍ରୀ ସହିତ ତେଲ କଢାଇ ଫୋପାଡି ବ୍ୟସାୟୀଙ୍କ ସହିତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠେଲା ବେପାରୀ l

Leave A Reply

Your email address will not be published.