ଭୁବନେଶ୍ଵର: ଆଜି ଭୁବନେଶ୍ୱର ଏଜି ଛକ ସ୍ଥିତ ମହାଲେଖାଗାରଙ୍କ କାର୍ଯ୍ୟାଳୟରେ ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନ୍ସିପାଲ୍ ଏଜି ରାଜ କୁମାରଙ୍କ ପୌରହିତ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।
ରାଜ୍ୟରେ ସାଧାରଣରେ ଦେଖା ଯାଉଥିବା ସାପ, ସେମାନଙ୍କର ପ୍ରକାର ଭେଦ, ସାପ କାମୁଡାର ଲକ୍ଷଣ, ପ୍ରାଥମିକ ଚିକିତ୍ସା ଆଦି ବିଷୟରେ ଏଜି ଅଫିସର ଅଧିକାରୀ ମାନଙ୍କୁ ବୁଝାଇଥିଲେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସମାଜରେ ସାପକୁ ନେଇ ରହିଥିବା ବିଭିନ୍ନ ପ୍ରକାରର ଅନ୍ଧ ବିଶ୍ବାସ ବିଷୟରେ ବିଶଦ ଭାବରେ ଆଲୋଚନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏଜି ଅଫିସର ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏଜି ବିଶ୍ଵନାଥ ସିଂହ ଜାଡନ, ଡେପୁଟି ଏଜି ସଚିନ କୌଶିକ, ତାନିଆ ଅମ୍ବସ୍ତା, ଏକତା ସିଂ ଙ୍କ ସମେତ ପ୍ରାୟ ୬୦ ଜଣ ଅଧିକାରୀ ଏଇ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ୱେଲଫେୟାର ଅଫିସର ଅଶୋକ କୁମାର ପଣ୍ଡା ଏହି ସଚେତନତା କାର୍ଯ୍ୟକ୍ରମକୁ ଆୟୋଜନ କରିଥଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଏବଂ ସଦସ୍ୟା ନୀହାରିକା ମହାପାତ୍ର ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Comments are closed.