Latest Odisha News

BREAKING NEWS

ବିବାହକୁ ସ୍ମରଣୀୟ କରିବାକୁ ଭିନ୍ନ ପ୍ରୟାସ: ବିବାହ ମଞ୍ଚରେ ଆୟୋଜନ ହେଲା ସାପ ଖେଳ

ଆଜିକାଲି ଅନେକ ନିଜ ବିବାହକୁ ସ୍ୱତନ୍ତ୍ର ଓ ସ୍ମୃରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ସେମିତି ଜଣେ ବ୍ୟକ୍ତି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ନାପସନ୍ଦ କରିଛନ୍ତି ।

ସାପ ବିଷାକ୍ତ ହେଉ ବା ବିଷହୀନ ସାଧାରଣତଃ ସାପର ନାଁ ଶୁଣିିଲେ ଲୋକେ ଭୟଭୀତ ହୋଇଥାନ୍ତି । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଆଦୌ ଭୟ କରନ୍ତି ନାହିଁ । ସେମାନେ ସାପକୁ ନେଇ ବିଭିନ୍ନ କୌଶଳ ବି ଦେଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଆପଣ ଦେଖୁଥିବା ଭିଡିଓଟି ଅଲଗା ଅଟେ । ଏବେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ବିବାହ କାର୍ଯ୍ୟ ଚାଲିଛି । ଅନେକ ଅତିଥି ବି ଏଠାରେ ଏକତ୍ରିତ ହୋଇଛନ୍ତି । ଜଣେ ବ୍ୟକ୍ତି ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବର ମଞ୍ଚକୁ ଆସୁଛନ୍ତି । ସେ କେବଳ ଜିନ୍‌ସ ପିନ୍ଧିଛନ୍ତି ଓ ପୁରା ଶରୀର ଖାଲି । ସେ ସାଙ୍ଗରେ ଆଣିଛନ୍ତି ଗୋଟିଏ ବ୍ୟାଗ । ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ବ୍ୟକ୍ତି ଜଣକ କିଛି ଯାଦୁ ଦେଖାଇବେ ବୋଲି ଭାବୁଥିଲେ । ହେଲେ ଦେଖିଲେ ଓଲଟା । ବ୍ୟକ୍ତି ଜଣକ ତାଙ୍କ ବ୍ୟାଗରୁ ୧୦ରୁ ଊର୍ଦ୍ଧ୍ୱ ସାପ କାଢି ଦୁଇ ହାତରେ ଧରି ମଞ୍ଚଉପରେ ଦେଖାଉଛନ୍ତି । ଦୁଇହାତକୁ ଲୋକଙ୍କୁ ହଲାଉଛନ୍ତି । ଏକାସାଙ୍ଗରେ ବ୍ୟକ୍ତିଙ୍କ ହାତରେ ଏତେଗୁଡ଼ିଏ ସାପ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭି୍‌ନ୍ନ ମତ ଦେଇଛନ୍ତି । ଅନେକ ଏହା ବ୍ୟକ୍ତିଙ୍କ ପାଗଳାମି ବୋଲି କହିଛନ୍ତି । ଏହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ଅନେକ ମଧ୍ୟ ମତ ଦେଇଛନ୍ତି ।

 

Leave A Reply

Your email address will not be published.